ସକାଳୁ ସକାଳୁ ୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର

Spread the love

ଭୁବନେଶ୍ୱର (ଆମ ସରକାର ):- ରବିବାର ଭୋରରୁ ୩ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର । ଲାଠିକଟା ଅଞ୍ଚଳରେ ଏନକାଉଣ୍ଟର । ପୋଲିସର ସ୍ଵତନ୍ତ୍ର ଟିମକୁ ଚକମା ଦେଇ ଫେରାର ହେଉଥିବା ବେଳେ ପୋଲିସର ଏନକାଉଣ୍ଟର । ଗୁରୁତର ୩ ଦୁର୍ଦ୍ଦାନ୍ତ ଅପରାଧୀ RGHରେ ଭର୍ତ୍ତି । ଡକାୟତି ଘଟଣାରେ ୫ ଗିରଫ ୩ ପିସ୍ତଲ ସହ ଗୋଟିଏ ବାଇକ୍ ଜବତ କଲା ପୋଲିସ । ଚୋରି ଓ ଡକାୟତି ନେଇ ବିଭିନ୍ନ ଥାନାରେ ଥିଲା ମାମଲା । ଏହି ଗ୍ୟାଙ୍ଗ ବିରୋଧରେ ଓଡ଼ିଶା ଏବଂ ଝାଡ଼ଖଣ୍ଡ ଉଭୟରେ ବହୁ ମାମଲା ରହିଛି।

ତେବେ ଅପରାଧୀମାନେ ବଣାଇର ଜଣେ ବ୍ୟବସାୟଙ୍କ ଘରୁ କଳା ୩୦ ଲକ୍ଷ ଓ ସୁନା ଗହଣା, ବାଙ୍କ ଗାଁରୁ ଗୋଟିଏ ଦୋକାନରୁ ସୁନା ଓ ଟଙ୍କା, ଲହୁଣୀପଡ଼ା ବ୍ଲକର ବିଏନ ସାର୍ ପରିବହନ ସଂସ୍ଥାରୁ ୩ ଲକ୍ଷ ୯୪ ହଜାର, କୋଇଡ଼ା ରେଙ୍ଗାଳ ବେଡ଼ାରୁ ଦୁଇଟି ପରିବହନ ସଂସ୍ଥାରୁ ୩ ଲକ୍ଷ ଲୁଟ୍ କରିଥିଲେ । ଦୁଇଦିନ ପୂର୍ବରୁ କୋଇଡ଼ା ମୁଖ୍ୟ ଛକଠାରୁ ମାରଣାସ୍ତ୍ର ଦେଖାଇ ମା ତାରିଣୀ ଟ୍ରାନ୍ସପୋର୍ଟରୁ ୩ ଲକ୍ଷ ଟଙ୍କା ଲୁଟ୍ କରିଥିଲେ ।

ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଲହୁଣିପଡ଼ା ଥାନା ଅନ୍ତର୍ଗତ ବରସୁଆଁ ସାଇଡିଂ ନିକଟସ୍ଥ ବିଏନ୍‌ଆର୍‌ ଟ୍ରାନ୍ସପୋର୍ଟ ଅଫିସ୍‌ରେ ୮ରୁ ୧୦ ଜଣ ମୁଖାପିନ୍ଧା ଯୁବକ ହାତରେ ମାରଣାସ୍ତ୍ର ଧରି ପଶିଥିଲେ। କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଧମକଦେବା ସହ ଲୁଟ୍‌ପାଟ୍‌ କରିଥିଲେ। ୩ ଲକ୍ଷ ୫୯ ହଜାର ଧରି ଫେରାର ହୋଇଯାଇଥିଲେ।

ବେଧଡ଼କ ଲୁଟ୍ କରୁଥିଲେ

କୋଇଡ଼ା ରେଙ୍ଗାଲବେଡ଼ାରେ ଦୁଇ ଗାଡ଼ିମାଲିକଙ୍କୁ ବନ୍ଧୁକ ଦେଖାଇ ଦୁଇଲକ୍ଷ ଲେଖାଏଁ, ମୋଟ ୪ ଲକ୍ଷ ଲୁଟିନେଇ ଚମ୍ପଟ ମାରିଥିଲେ। ସେମାନେ ପୋଲିସକୁ ଖାତିର ନକରି ବେଧଡ଼କ ଲୁଟ୍ କରୁଥିଲେ। ଖଣି ଅଞ୍ଚଳରେ ଏମିତି ଗୋଟିଏ ପରେ ଗୋଟିଏ ଟ୍ରାନ୍ସପୋର୍ଟ ଅଫିସକୁ ଟାର୍ଗେଟ୍‌ କରୁଥିଲେ ଅପରାଧୀ। ବାରମ୍ବାର ଏଭଳି ଘଟଣାର ପୁନରାବୃତ୍ତି‌ ହେଉଥିବାରୁ ଭୟରେ ଥିଲେ ଉଭୟ ମାଲିକ ଓ କର୍ମଚାରୀ।

ଲହୁଣୀପଡ଼ା ଓ ଚାନ୍ଦିପୋଷ ପିଏସରେ ପୋଲିସ ସହ ଗୁଳିବିନିମୟ ପରେ ଗ୍ୟାଙ୍ଗର ୩ ସଦସ୍ୟ ଖସିଯିବା ସମୟରେ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ବ୍ୟବହୃତ ୩ଟି ବନ୍ଧୁକ, ଗୁଳି, ସ୍କୋର୍ପିଓ ଗାଡ଼ି ଏବଂ ନଗଦ ଜବତ କରାଯାଇଛି ।

Leave a Reply

Your email address will not be published. Required fields are marked *