ଜାଗୁଳେଇପାଟଣା ଠାରେ ଟ୍ରକ ଧକାରେ ଯୁବକ ମୃତ । ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

Spread the love

ଖୋର୍ଦ୍ଧା (ଆମ ସରକାର):- ଖୋର୍ଦ୍ଧା ବଲାଙ୍ଗୀର 57 ନଂ ଜାତୀୟ ରାଜପଥର ଜାଗୁଳେଇପାଟଣା ଠାରେ ଟ୍ରକ ଧକାରେ ଯୁବକ ମୃତ । ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିବା ଦ୍ୱାରା ସହ ସହ ଗାଡ଼ି ରାସ୍ତା ଉପରେ ଛିଡା ହୋଇ ରହିଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ଶୁକ୍ରବାର ସନ୍ଧ୍ୟାରେ ଜଗୁଳେଇପଟଣା ମନ୍ଦିର ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଗୌଡାପୁଟ ଜୟମଙ୍ଗଳ ଅଞ୍ଚଳର ଜଣେ ଯୁବକ ଇଲେକ୍ଟ୍ରିକ୍ ସ୍କୁଟରରେ ଖୋର୍ଦ୍ଧା  ଯାଉଥିବାବେଳେ ନୟାଗଡ଼ ପଟୁ ଆସୁଥିବା ଟ୍ରକ୍‌ ତାଙ୍କୁ ଧକ୍କ ଦେଇଥିଲା। ଘଟଣାସ୍ଥଳରେ ଯୁବକଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଟ୍ରକ୍‌ ଟିକୁ ଅଟକ ରଖି ତୀବ୍ର ପ୍ରତିବାଦ କରିଥିଲେ। ସୂଚନା ପାଇ ଖୋର୍ଦ୍ଧା ମୋଡେଲ ଥାନା ପୋଲିସ୍‌ ଘଟଣାସ୍ଥଳକୁ ପହଞ୍ଚି ମୃତଦେହକୁ ଖୋର୍ଦ୍ଧାକୁ ମେଡିକାଲ ପଠାଇଥିଲେ। ସ୍ଥାନୀୟ ଲୋକେ ଜଗୁଳେଇପଟଣା ଛକ ରେ ଟାୟର ଜଳାଇ ରାସ୍ତା ରୋକ କରିଥିବାରୁ ରାସ୍ତାର ଦୁଇ ପଟରେ ଅନେକ ଯାନବାହନ କିଛି ସମୟ ଅଟକି ରହିଥିଲା।

Leave a Reply

Your email address will not be published. Required fields are marked *