ସାମ୍ୱାଦିକ : କମଳ ଲୋଚନ କର

ବେତନଟୀ,୧୬/୧୧(ଆମ ସରକାର):- ବେତନଟୀ ବ୍ଲକ ସାମ୍ବାଦିକ ସଂଘ ତରଫରୁ ଜାତୀୟ ପ୍ରେସ୍ ଦିବସ ବେତନଟା ଧର୍ମଶାଳା ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି । ସଙ୍ଗଠନର ସଭାପତି ସର୍ବେଶ୍ଵର ମହାନ୍ତଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବଡ଼ସାହି ବିଧାୟକ ସନାତନ ବିଜୁଳି, ମୁଖ୍ୟ ବକ୍ତା ଭାବରେ ରାଜ୍ୟ ସାମ୍ବାଦିକ ସଂଘର ଉପସଭାପତି ଦୀପକ କୁମାର ନାୟକ , ସମ୍ମାନିତ ଅତିଥି ଭାବରେ କୃଷ୍ନଚନ୍ଦ୍ରପୁର ଜୁନିୟର କଲେଜର ଅଧ୍ୟକ୍ଷା ଡଃମନ୍ଦାକିନୀ ସାହୁ , ଅଧ୍ଯକ୍ଷ ଅଜୟ କୁମାର କର , ପଦ୍ମମାଳୀ ମହିଳା ସଂଗଠନ ର ସମ୍ପାଦିକା ପ୍ରଭାତୀ ମହାନ୍ତି ପ୍ରମୁଖ ପସ୍ଥିତ ରହି ସମାଜ ଗଠନରେ ସାମ୍ବାଦିକଙ୍କ ଭୂମିକା ସମ୍ପର୍କରେ ନିଜ ନିଜ ର ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ସଙ୍ଘର ପ୍ରତିଷ୍ଠାତା ସଭାପତି ସ୍ବର୍ଗତ ରଞ୍ଜନ କୁମାର ମହାତି ଓ ପୂର୍ବତନ ସମ୍ପାଦକ ମଧୁସୂଦନ ଦାଶଙ୍କ ସ୍ମୃତିରେ ୧ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ସଂଘର ସମ୍ପାଦନ ଅନୁପ କୁମାର ଦଣ୍ଡପାଟ ସମ୍ପାଦକୀୟ ବିବରଣୀ ପାଠ କରିଥିଲା ବେଳେ ମଞ୍ଚ ପରିଚାଳନା କରିଥିଲେ ଉପଦେଷ୍ଟା ଆଶିଷ କୁମାର ଦାସ। ସର୍ବପ୍ରଥମେ ବେତନଟୀ ଶିଶୁ ମନ୍ଦିର ଓ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ପିଲାମାନଙ୍କ ଦ୍ଵାରା ସ୍ବାଗତ ସଂଗୀତ ଗାନ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଅବସରରେ ବ୍ଲକ୍ର ଶ୍ରେଷ୍ଠ ସେଵିକା ଭାବେ ସେବତୀ ବେହେରା, ଅଙ୍ଗନବାଡ଼ି କର୍ମୀ ଭାବରେ ରଙ୍ଗଲତା ମହାନ୍ତ , ଅବସରପ୍ରାପ୍ତ ଚିକିତ୍ସା ସହାୟକ ପଶୁସମ୍ପଦ ଓ ପ୍ରାଣୀ ବିଭାଗ ର ସୁନ୍ଦର ମହୋନ ବେହେରା, ବିଶିଷ୍ଟ ପରିବେଶବିତ୍ ଡଃ ରମାକାନ୍ତ ମହାନ୍ତ , ଖବରକାଗଜ ବିତରକ ଭାଵରେ ଭାଗ୍ୟରଞ୍ଜନ ବେହେରା, ସମାଜସେବୀ ଭାବରେ ହରପ୍ରିୟା ଦାସ ଓ ରଞୀତା ଦାସ ଙ୍କୁ ବେତନଟୀ ସାମ୍ବାଦିକ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟ ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ ବେତନଟୀ ଆଇଆଇସି ସସ୍ମିତା ମହାନ୍ତ, ବରିଷ୍ଠ ସାମ୍ବାଦିକ ମାଣିକ ଲାଲ ପାଣି, ସାମ୍ବାଦିକ ଦୀପକ ସିଂହ, ବିଶିଷ୍ଟ ବ୍ୟବସାୟୀ ରବି ନାରାୟଣ ପଣ୍ଡା, ବରିଷ୍ଠ ନାଗରିକ ସଂଘର ସମ୍ପାଦକ ଜୟନ୍ତ କୁମାର ପଟ୍ଟନାୟକ, ୩୫ ନମ୍ବର ମଣ୍ଡଳ ସଭାପତି ଜୀବନ ପରିଡା, ୩୬ ନମ୍ବର ମଣ୍ଡଳ ସଭାପତି ରାଜୀବ ନନ୍ଦୀ, ରାଗ୍ଧା କଲେଜର ଅଧ୍ୟକ୍ଷା ଅସିମା ସାହୁ , ସାଂସଦଙ୍କ ପ୍ରତିନିଧି ପ୍ରଦୀପ କୁମାର ପରିଡ଼ା , ପୂର୍ବତନ ମଣ୍ଡଳ ସଭାପତି ରାଜକିଶୋର ଶାହା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ଅମ୍ବିକା ବାରିକ, ପୂର୍ବତନ ବ୍ଲକ ବିଜେଡି ସଭାପତି ସୁନ୍ଦରମୋହନ ମହାନ୍ତ, ଶ୍ରୀରାମ ସେନା ର ସଭାପତି କାର୍ତ୍ତିକ ମିଶ୍ର, ପଦ୍ମମାଳା ମହିଳା ସଙ୍ଗଠନର କାର୍ଯ୍ୟକାରୀ ସଭାପତି ଗୀତାଞ୍ଜଳୀ ଭୂୟାଁ, ଯେସଭାପତି ସୋନା ଖତୁଜ, ରଞୀତା କର, ଅନିନ୍ଦିତା ସାହୁ ବିନୋଦିନୀ ମହାନ୍ତ, ମନୋରମ ସାହୁ ଓ ବେତନଟୀ ବ୍ଲକ୍ ସାମ୍ବାଦିକ ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଶେଷରେ ଉପସଭାପତି ଗତୀକୃଷ୍ଣ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
