
ଭୁବନେଶ୍ୱର (ଆମ ସରକାର): ଅସଲି ପୋଲିସ ହାତରେ ଧରା ପଡ଼ିଲା ନକଲି ପୋଲିସ। ଏମିତି ବିଚିତ୍ର ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର କମିଶନରେଟ ପୋଲିସର ବାଲିପାଟଣା ଥାନା ଅଞ୍ଚଳରେ। ଏଠାକାର ବନମାଳୀପୁର ଫାଣ୍ଡି ପୋଲିସ ଜଣେ ନକଲି ପୋଲିସକୁ ଅଟକ ରଖିଛି। ପୋଲିସ ପୋଷାକରେ ସ୍ଥାନୀୟ ଅଞ୍ଚଳରେ ସନ୍ଦେହ ଜନକ ଅବସ୍ଥାରେ ଯୁବକ ଜଣଙ୍କ ବୁଲୁଥିବା ବେଳେ ଫାଣ୍ଡି ଅଧିକାରୀଙ୍କ ହାବୁଡ଼ରେ ପଡିଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ନକଲି ପୁଲିସ ବେଶରେ ଥିବା ଯୁବକ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା କରଡା ବଣି ଗ୍ରାମର। ତାଙ୍କ ନାଁ ତପସିନୀ ନାୟକ। ତାଙ୍କ ନିକଟରୁ ଏକ ଦାମୀ କାର , ଆଧାର କାର୍ଡ , ନକଲି ପ୍ରଣାମ ପତ୍ର , ବିଭିନ୍ନ କାଗଜ ସହ ପୋଲିସ ପୋଷାକ, ଜୋତା ପ୍ରଭୃତି ପୋଲିସ ଜବତ କରିଛି। ଗିରଫ ନକଲି ପୋଲିସ କେଉଁ ଉଦ୍ଦେଶ୍ୟରେ ଏହି ଅଞ୍ଚଳରେ ବୁଲୁଥିଲା ଏହାକୁ ନେଇ ପୋଲିସ ଅଧିକ ତଦନ୍ତ କରୁଛି।
