କରାଚି: ଏଠାରେ ଥିବା ଏକ ମଲ୍ର ଉଦ୍ଘାଟନ ଦିବସରେ ହଜାର ହଜାର ସଂଖ୍ୟାରେ ଲୋକ ସମବେତ ହେବା ସହିତ ମଲ୍ ଭିତରେ ଓ ବାହାରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଲୋକମାନେ ମଲ୍ ଭିତରୁ ବହୁ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିବା ଜଣାଯାଇଛି । ଫଳରେ ଉଦ୍ଘାଟନ ଉତ୍ସବ ବସ୍ତୁତଃ ମଲ୍ ପାଇଁ ସର୍ବନାଶର କାରଣ ପାଲଟିଛି । ପାକିସ୍ତାନରେ ସାଂଘାତିକ ବେରୋଜଗାରୀ, ଆକାଶଛୁଆଁ ଦରଦାମ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିରେ ଶୋଚନୀୟ ଅବନତି କାରଣରୁ ଏଭଳି ଘଟଣା ଘଟିଥିବା କୁହାଯାଉଛି ।
ସୂଚନାଯୋଗ୍ୟ ଯେ ରବିବାର କରାଚିରେ ଡ୍ରିମ୍ ବଜାର ମଲ୍ ଉଦ୍ଘାଟନ କାର୍ଯ୍ୟକ୍ରମ ରହିଥିଲା । ଏଥିପାଇଁ ମଲ୍ ପକ୍ଷରୁ ସ୍ୱତନ୍ତ୍ର ରିଆତି ଦିଆଯିବାକୁ ବ୍ୟାପକ ପ୍ରଚାର କରାଯାଇଥିଲା । ସହରର ଲୋକମାନେ ମଲ୍ ବାହାରେ ହଜାର ହଜାର ସଂଖ୍ୟାରେ ସମବେତ ହେବା ସହିତ ମଲ୍ ଭିତରକୁ ଧସେଇ ପଶିଥିଲେ । ପରେ ସେମାନେ ମଲ୍ ଭିତରେ ଥିବା ସାମଗ୍ରୀଗୁଡିକୁ ଲୁଟପାଟ କରିବା ସହିତ ଫିଙ୍ଗା ଫୋପଡା କରିଥିଲେ । ଯାହା ହାତରେ ଯାହା ପଡିଲା ତାହାକୁ ସେ ଧରି ପଳାଇ ଯାଇଥିଲା । ମଲ୍ କର୍ମଚାରୀ ଓ ସୁରକ୍ଷା କର୍ମୀ ସବୁ ଦେଖି ମଧ୍ୟ ନିରବ ରହିଥିଲେ । ଏଥିରେ ମଲ୍ର ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାଯାଇଛି ।
ରିଆ ଜେଲରେ ଥିବାବେଳେ ତାଙ୍କ ସାଙ୍ଗମାନେ ରିଆଙ୍କ ପିତାମାତାଙ୍କ ସହିତ ମଉଜ ମଜଲିସ କରିଥିଲେ (ମନୋରଞ୍ଜନ)
ମୁମ୍ବଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତୁ୍ୟ ପରେ ସେ ବାଇକୁଲା ଜେଲ୍ରେ ଥିବା ସମୟରେ ତାଙ୍କ ପିତା ମାତାଙ୍କ ସହିତ ତାଙ୍କର କିଛି ସାଙ୍ଗ ଏକତ୍ର ଭୋଜନ ସହିତ ମଦ୍ୟପାନ କରିଥିବା ସମ୍ପର୍କରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଦୁଃସମୟରେ ତାଙ୍କ ସାଙ୍ଗମାନେ ତାଙ୍କ ପିତା ମାତଙ୍କ ସହିତ ଛିଡା ହୋଇଥିବାରୁ ସେମାନଙ୍କ ନିକଟରେ ସେ କୃତଜ୍ଞ । ସେ ଜେଲ୍ରେ ଥିବା ସମୟରେ ତାଙ୍କ ସାଙ୍ଗମାନେ ପିତା ମାତାଙ୍କ ଯନô ନେଇଛନ୍ତି । ସୂଚନାଯୋଗ୍ୟ ଯେ ସୁଶାନ୍ତ ସିଂ ରାଜପୁତଙ୍କ ମୃତୁ୍ୟ ପରେ ରିଆ ଓ ତାଙ୍କ ଭାଇ ସୋ÷ଭିକଙ୍କୁ ମୁମ୍ବଇ ପୁଲିସ ଗିରଫ କରିଥିଲା । ପରେ ଅଦାଲତ ସେମାନଙ୍କୁ ଜେଲକୁ ପଠାଇ ଦେଇଥିଲେ ।