ଭୁବନେଶ୍ୱର, ୩ା୯(ବୁ୍ୟରୋ): ନିଜ ସାବତ ପୁଅକୁ ପିଟିପିଟି ହତ୍ୟା କରିବା ମାମଲାର ବିଚାର କରି ଭୁବନେଶ୍ୱର ଅତିରିକ୍ତ ସେସନ ଜଜ-୨ କୋର୍ଟର ବିଚାରପତି ବନ୍ଦନା କର ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏହି ମାମଲାର ବିଚାର କରି ବିଚାରପତି ଅଭିଯୁକ୍ତ ବାପା ଦାଶରଥି ଟୁଡ଼ୁକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ୨୦୧୯ ମସିହାରେ ମଚେଶ୍ୱର ଥାନା ଅନ୍ତର୍ଗତ ମୁଣ୍ଡାସାହି ଅଚଳରେ ଏହି ଜଘନ୍ୟକାଣ୍ଡ ଭିଆଇଥିଲା ଅଭିଯୁକ୍ତ ବାପା ଦାଶରଥି । ନିଜ ସାବତ ପୁଅକୁ ପିଟିପିଟି ହତ୍ୟା କରିଥିଲା ଦାଶରଥୀ ଟୁଡୁ ।
ସୂଚନା ଅନୁଯାୟୀ, ୨୦୧୯ ମସିହା ମାର୍ଚ୍ଚ ୧୨ ତାରିଖ ଅପରାହ୍ନରେ ସନ୍ତୋଷ ସିଂ ନାମକ ଜଣେ ୫ ବର୍ଷୀୟ ଶିଶୁପୁତ୍ରଟି ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି ହୋଇଥିଲା । ଡାକ୍ତରଖାନାରେ ପହଚିବା ପରେ ପରେ ହିଁ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ପରେ ଏନେଇ ହସ୍ପିଟାଲ କତୃପକ୍ଷ ତୁରନ୍ତ ମଚେଶ୍ୱର ଥାନାକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଚି ମୃତ ଦେହ ଜବତ କରିବା ସହ ଏନେଇ ଏକ ଅପମୃତୁ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଶିଶୁପୁତ୍ରକୁ ଅତ୍ୟଧିକ ମାଡ଼ କାରଣରୁ ମୃତୁ୍ୟ ହୋଇଥିବା ଜଣାପଡ଼ିବା ପରେ ପୋଲିସ ଏନେଇ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ମାମଲାକୁ ତକôାଳୀନ ମଚେଶ୍ୱର ଥାନ ସବ-ଇନ୍ସପେକ୍ଟର ଷ୍ଟାଲିନ ବିଶ୍ୱାଳ ତଦନ୍ତ କରୁଥିବା ବେଳେ ପରବର୍ତୀ ସମୟରେ ଏହି ମାମଲାକୁ ରୂପେଶ ପ୍ରଧାନ ତଦନ୍ତ କରି ସେପ୍ଟମ୍ବର ୧୭ରେ ଅଭିଯୁକ୍ତ ସାବତ ବାପା ଦାଶରଥି ଟୁଡୁକୁ ଗିରଫ କରିଥିଲେ । ଏହି ମାମଲାରେ ୭ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିବା ବେଳେ ଅଦାଲତରେ ଦାଖଲ ହୋଇଥିବା ଦସ୍ତାବିଜ ଆଧାରରେ ଦାଶରଥୀକୁ ବିଚାରପତି ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରୋସିକୁ୍ୟଟର ସଲିଲ କୁମାର ପ୍ରଧାନ ପରିଚାଳନା କରୁଥିଲେ ।
ସୂଚନାଥାଉ କି, ଗତବର୍ଷ ସମୁଦାୟ ୮୨ଟି ମାମଲାରେ ଦୋଷୀଙ୍କୁ ସଜା ଦିଆଯାଇଥିବା ବେଳେ ଭୁବନେଶ୍ୱର ସହରାଚଳ ଜିଲ୍ଲା ତରଫରୁ ଚଳିତବର୍ଷ ଏପର୍ଯ୍ୟନ୍ତ ୬୯ଟି ମାମଲାରେ ଦୋଷୀଙ୍କୁ ସଜା ହୋଇସାରିଛି ।