ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

Spread the love

ବୋଲଗଡ (ଆମ ସରକାର):- ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଦେଉଳି ସ୍ଥିତ ରଘୁନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଛି. ଅଧକ୍ଷ ରାମଚନ୍ଦ୍ର ଜେନା ଏହାକୁ ଉଦଘାଟନ କରିଥିଲେ. ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ ଭାଗିରଥି ସାହୁ ମୁଖ୍ୟ ବକ୍ତା ପ୍ରାକ୍ତନ ଅଧକ୍ଷ ଡ଼. ତପନ କୁମାର ଜେନା ଯୋଗଦେଇ ଶିକ୍ଷା ଓ କ୍ରୀଡା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ. ଗୋଟିଏ ବିନା ଅନ୍ୟଟି ଅଧୁରା ରହିଯାଏ ବୋଲି ପ୍ରକାଶ କରିଥିଲେ. ଅଧ୍ୟାପକ ତ୍ରିଲୋଚନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅମୀୟ ବଳା ନନ୍ଦ କେଦାର ନାଥ ନାୟକ ଚାରୁଲତା ନାୟକ ଗାୟତ୍ରୀ ଦାସ ଭଗବାନ ଜେନା ପ୍ରତାପ ଚନ୍ଦ୍ର ବେହେରା ପ୍ରମୁଖ ସମସ୍ତ ଅଧ୍ୟାପିକା ଅଧ୍ୟାପକ ସହଯୋଗ କରିଥିଲେ. ଆୟୋଜିତ କ୍ରୀଡା ପ୍ରତିଯୋଗିତା ର କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ସହ ପୁରସ୍କୃତ କରାଯାଇଥିଲା କ୍ରୀଡା ଶିକ୍ଷକ ଅବଦୁଲ ବରଖତୁଲ୍ଲା କ୍ରୀଡା ପରିଚାଳନା କରିଥିଲେ. ପରିଶେଷରେ ଅଧ୍ୟାପକ ସମୀର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *