ଦେଶରେ ଫାର୍ମା ହବ୍ ହେବ ଓଡ଼ିଶା: ୬,୨୬୩ କୋଟି ନିବେଶର ଏମଓୟୁ ସ୍ୱାକ୍ଷରିତ

Spread the love

ଭୁବନେଶ୍ୱର (ଆମ ସରକାର ):-ମୁଖ୍ୟମନ୍ତ୍ରୀ ମାଝୀ ଜଣାଇଛନ୍ତି ଯେ ଫାର୍ମା ଶିଳ୍ପର ଦ୍ରୁତ ବିକାଶ ପାଇଁ ରାଜ୍ୟ ସରକାର ନିବେଶକଙ୍କୁ ସମସ୍ତ ପ୍ରକାରର ନୀତିଗତ ସହାୟତା, ଉନ୍ନତ ଢାଞ୍ଚାଗତ ସୁବିଧା ଏବଂ ଏକ-ଖିଡ଼କି ସ୍ୱୀକୃତି ବ୍ୟବସ୍ଥା ଯୋଗାଇ ଦେବେ। ନିବେଶ ପାଇଁ ଓଡ଼ିଶା ଏକ ଆଦର୍ଶ ଗନ୍ତବ୍ୟ ସ୍ଥଳୀ ବୋଲି ସେ ଦୃଢ଼ ଭାବେ ଉଲ୍ଲେଖ କରିଛନ୍ତି।ଏହି ସମ୍ମିଳନୀରେ ରାଜ୍ୟ ପାଇଁ ଏକ ବଡ଼ ସଫଳତା ମିଳିଛି।

ଫାର୍ମା ସମ୍ମିଳନୀରେ ନିବେଶକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅନୁରୋଧ।ଓଡ଼ିଶାରେ ଫାର୍ମା ସେକ୍ଟରରେ ନିବେଶ ପାଇଁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ। ସମସ୍ତ ପ୍ରକାର ସାହାଯ୍ୟ,ସହଯୋଗ ଯୋଗାଇ ଦେବେ ସରକାର। ଦେଶରେ ଫାର୍ମା ହବ୍ ହେବ ଓଡ଼ିଶା: ମୁଖ୍ୟମନ୍ତ୍ରୀ।ଫାର୍ମା ସମ୍ମିଳନୀରେ ମୋଟ ୪୨ଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।

ଏହାଦ୍ୱାରା ମୋଟ ୩୮,୪୦୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରେ ଫାର୍ମା ଶିଳ୍ପ ବିକାଶ ପାଇଁ ସରକାର ସମସ୍ତ ପ୍ରକାର ନୀତିଗତ ସହାୟତା, ଢାଞ୍ଚାଗତ ସୁବିଧା ଏବଂ ଏକ-ଖିଡ଼କି ସ୍ୱୀକୃତି ବ୍ୟବସ୍ଥା ଯୋଗାଇ ଦେବେ। ନିବେଶକମାନଙ୍କ ପାଇଁ ଓଡ଼ିଶା ଏକ ଉପଯୁକ୍ତ ଗନ୍ତବ୍ୟ ରାଜ୍ୟ ବୋଲି ସେ ଉଲ୍ଲେଖ କରିଛନ୍ତି।

ଏହି ଫାର୍ମା ସମ୍ମିଳନୀରେ ମୋଟ ୬,୨୬୩ କୋଟି ଟଙ୍କା ନିବେଶର ୪୫ଟି ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଥିବା ବେଳେ, ଏହା ମାଧ୍ୟମରେ ୩୮ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସୂଚନା ମିଳିଛି। ଏହି ନିବେଶ ଓଡ଼ିଶାର ଅର୍ଥନୀତିକୁ ନୂଆ ଦିଗ ଦେବା ସହ ଯୁବମାନଙ୍କ ପାଇଁ ରୋଜଗାରର ନୂଆ ଆଶା ସୃଷ୍ଟି କରିବ।

Leave a Reply

Your email address will not be published. Required fields are marked *