ନନ୍ଦିଘୋଷ ଭବନରେ ୨୦୦୦ ମସିହା ମ୍ୟାଟ୍ରିକ ବ୍ୟାଚର ସିଲଭର ଜୁବୁଲି

Spread the love

ବୋଲଗଡ଼,୨୮/୧୨ (ଆମ ସରକାର): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ନନ୍ଦୀଘୋଷ ଭବନ ପରିସରରେ ବୋଲଗଡ ସରକାରୀ ଉଚ୍ଚ ବିଦ୍ୟାଳୟ  ୨୦୦୦ ମସିହା ମ୍ୟାଟ୍ରିକ ବ୍ୟାଚର ସିଲଭର ଯୁବୁଲି ବାସନ୍ତୀ ମହାନ୍ତିଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଶିକ୍ଷୟତ୍ରୀ ମୀରା ମଞ୍ଜରୀ ସାହୁ ଏବଂ ସମ୍ମାନିତ ଅତିଥି ଭାବରେ ଶିକ୍ଷକ ବିରଞ୍ଚି ନାରାୟଣ ଚହଟରାୟ ଓ ଦାଶରଥି ପଣ୍ଡା ଯୋଗ ଦେଇଥିଲେ। ଅତିଥି ମାନେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ, ଦୀପ ଓ ଧୂପ ଅର୍ପଣ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ। ଛାତ୍ରୀମାନେ ଶିକ୍ଷକଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । ଏହି ଅବସରରେ ବାମନ ଉଚ୍ଚ ବିଦ୍ୟାଳୟରେ ୨୦୦୦ ମସିହା ମ୍ୟାଟ୍ରିକ ବ୍ୟାଚରେ ପଢ଼ୁଥିବା ୧୦୦ରୁ ଉର୍ଦ୍ଧ ଛାତ୍ରୀମାନେ ଏକତ୍ରିତ ହୋଇ ପୁରୁଣା ସ୍ମୃତିକୁ ଉଜ୍ଜୀବିତ କରିଥିଲେ । ପୁରାତନ ଛାତ୍ରୀମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରା ଯାଇଥିଲା। ପ୍ରଥମା ପ୍ରିୟଦର୍ଶିନୀ ମଞ୍ଚ ପରିଚାଳନା କରି ଥିବା ବେଳେ ରୋଜାଲିନ ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *