ଉତ୍କର୍ଷ ଭାପୁର ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା -୨୦୨୬

Spread the love

ଭାପୁର,୩/୧ (ଆମ ସରକାର) : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକର ଅସ୍ମିତା, କଳା, ସଂସ୍କୃତି, ଐତିହ ଓ ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ବହୁ ପ୍ରତିକ୍ଷୀତ ଉତ୍କର୍ଷ ଭାପୁର ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା -୨୦୨୬ ଚଳିତ ମାସ ୮ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି।

ଏହି ଅବସରରେ ଭାପୁର ବାଇପାସ ସ୍ଥିତ ରାମ ମନ୍ଦିର କଲ୍ୟାଣ ମଣ୍ଡପରେ ଉତ୍କର୍ଷ ଭାପୁର ଓ ପଲ୍ଲିଶ୍ରୀ ମେଳାର ୪ର୍ଥ ପ୍ରସ୍ତୁତି ବୈଠକ ସାଂସଦଙ୍କ ଜ଼ିଲ୍ଲା ପ୍ରତିନିଧି ଗୟାଧର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି. ମୁଖ୍ୟଅତିଥି ଭାବେ ଖଣ୍ଡପଡା ବିଧାୟକ ତଥା ମହୋତ୍ସବର ସଭାପତି ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦେଇଥିଲେ. ଅନ୍ୟମାନଙ୍କ ମଧ୍ୟରେ ଭାପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାରଦା ପ୍ରସନ୍ନ ପଣ୍ଡା, ଫତେଗଡ଼ ଥାନା ଅଧିକାର ପଞ୍ଚାନନ ପରିଡା, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ବିଶ୍ୱନାଥ ସାହୁ, ମହୋତ୍ସବର ଉପସଭାପତି ତଥା ଜ଼ିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ ସାହୁ, ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ମୋନାଲିସା ରଥ , ଅତିରିକ୍ତ ତହସିଲଦାର ରାଜାରାମ ଛତ୍ରିଆ, ଜ଼ିଲ୍ଲାପରିଷଦ ସଦସ୍ୟ ବିଜୟ କୁମାର ସାମନ୍ତରାୟ, ପ୍ରଶାସନ ଅଧିକାରୀ, ବିଭିନ୍ନ ପଂଚାୟତର ଜନପ୍ରତିନିଧି, ଓକିଲ, ବୁଦ୍ଧିଜୀବି ଓ ଶିକ୍ଷାବିତ୍, ଭାପୁର ବଣିକ ସଙ୍ଘ, କ୍ରିୟାନୁଷ୍ଠାନ କମିଟି, ବରିଷ୍ଠ ନାଗରିକ ସଙ୍ଘ, ସୋସିଆଲ ମିଡ଼ିଆ ସଙ୍ଗର ସଦସ୍ୟ ମାନେ ଉପସ୍ଥିତଥିଲେ.

ଏହି ଅବସରରେ ଭାପୁର ବାଇପାସ ସ୍ଥିତ ରାମ ମନ୍ଦିର କଲ୍ୟାଣ ମଣ୍ଡପରେ ଉତ୍କର୍ଷ ଭାପୁର ଓ ପଲ୍ଲିଶ୍ରୀ ମେଳାର ୪ର୍ଥ ପ୍ରସ୍ତୁତି ବୈଠକ ସାଂସଦଙ୍କ ଜ଼ିଲ୍ଲା ପ୍ରତିନିଧି ଗୟାଧର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି. ମୁଖ୍ୟଅତିଥି ଭାବେ ଖଣ୍ଡପଡା ବିଧାୟକ ତଥା ମହୋତ୍ସବର ସଭାପତି ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦେଇଥିଲେ. ଅନ୍ୟମାନଙ୍କ ମଧ୍ୟରେ ଭାପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାରଦା ପ୍ରସନ୍ନ ପଣ୍ଡା, ଫତେଗଡ଼ ଥାନା ଅଧିକାର ପଞ୍ଚାନନ ପରିଡା, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ବିଶ୍ୱନାଥ ସାହୁ, ମହୋତ୍ସବର ଉପସଭାପତି ତଥା ଜ଼ିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ ସାହୁ, ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ମୋନାଲିସା ରଥ , ଅତିରିକ୍ତ ତହସିଲଦାର ରାଜାରାମ ଛତ୍ରିଆ, ଜ଼ିଲ୍ଲାପରିଷଦ ସଦସ୍ୟ ବିଜୟ କୁମାର ସାମନ୍ତରାୟ, ପ୍ରଶାସନ ଅଧିକାରୀ, ବିଭିନ୍ନ ପଂଚାୟତର ଜନପ୍ରତିନିଧି, ଓକିଲ, ବୁଦ୍ଧିଜୀବି ଓ ଶିକ୍ଷାବିତ୍, ଭାପୁର ବଣିକ ସଙ୍ଘ, କ୍ରିୟାନୁଷ୍ଠାନ କମିଟି, ବରିଷ୍ଠ ନାଗରିକ ସଙ୍ଘ, ସୋସିଆଲ ମିଡ଼ିଆ ସଙ୍ଗର ସଦସ୍ୟ ମାନେ ଉପସ୍ଥିତଥିଲେ।

ବୈଠକରେ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ଥାନା ଅଧିକାରୀ ପ୍ରତିଶୃତି ଦେବା ସହିତ ନିରବଚ୍ଛନ୍ନ ଭାବରେ ବିଦ୍ୟୁତ ସେବା ଯୋଗେଇବା, ଅଗ୍ନିଶମ ବିଭାଗ,ଜଳ ଯୋଗାଣ,ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ, ଡ୍ରାଇଭର ମହାସଙ୍ଘ, ପରିମଳ ବ୍ୟବସ୍ଥା,ସ୍ୱାସ୍ଥ୍ୟ ସେବା ଆଦି ବିଭିନ୍ନ ବିଭାଗର ଅଧିକାରୀ ମାନେ ସାହାର୍ଯ୍ୟ ଓ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ। ଶିକ୍ଷକ ନେତା ପଞ୍ଚାନନ ମହାପାତ୍ର ବୈଠକକୁ ସଂଯୋଜନା କରିଥିଲେ. ମହୋତ୍ସବର ସଭାପତି ଶ୍ରୀ ସ୍ୱାଇଁ ଉତ୍କର୍ଷ ମହୋତ୍ସବକୁ ସବୁଠାରୁ ସରସ ସୁନ୍ଦର ରୂପେ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

   ଭାପୁରରୁ ଜ୍ୟୋତି ରଞ୍ଜନ ମହାରଣାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *