ବଜରଙ୍ଗଦଳ ତରଫରୁ ବୋଲଗଡ଼ରେ ମକର ମିଳନ

Spread the love

ବୋଲଗଡ଼ ( ଆମ ସରକାର ) :- ପବିତ୍ର ମକର ସଂକ୍ରାନ୍ତି ଅବସରରେ ବୋଲଗଡ଼ ପ୍ରଖଣ୍ଡ ବଜରଙ୍ଗଦଳ ତରଫରୁ ମକର ମିଳନ କାର୍ଯ୍ୟକ୍ରମ
ବୋଲଗଡ଼ ସ୍ଥିତ ଗୋପବନ୍ଧୁ ଛକ ଠାରେ ବୁଧବାର ଦିନ ଅନୁଷ୍ଠିତ ହୋଇ ଯାଇଅଛି। ଏହି ମକର ମିଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ଭାବେ ଖୋଦ୍ଧା ଜିଲ୍ଲା ବଜରଙ୍ଗଦଳ ସୁରକ୍ଷା ପ୍ରଭାରୀ ମୁକେଶ ସାମନ୍ତରାୟ ଓ ସମ୍ମାନୀତ ଅତିଥି ଭାବେ ବୋଲଗଡ଼ ପ୍ରଖଣ୍ଡ ସଂଯୋଜକ ଇତେଶ କୁମାର ବେହେରା , ସୀତମ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।ରାଜ ସୁନାଖଳା ଖଣ୍ଡର ରକେଶ ଚନ୍ଦ୍ର ପାଢ଼, ଜିତେନ୍ଦ୍ର କୁମାର ସାହୁଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଯୋଗଦେଇଥିଲେ।

ଏହି ଅବସରରେ ସଂଗଠନର ସଦସ୍ତ ମାନଙ୍କ ଉପସ୍ଥିତିରେ ପୂଜାପାଠ ଓ ହୋମଯଜ୍ଞ କରାଯାଇ ସାମୁହିକ ହନୁମାନ ଚାଳିଶା ପାଠ ପଠନ କରାଯାଇଥିଲା ମକର ମିଳନ ଉପଲକ୍ଷେ ଭାଇଚାରାର ସଂମ୍ପର୍କ ରକ୍ଷା କରାଯାଇ ୩୦୦ରୁ ଉଦ୍ଧ ପଥଚାରୀ ମାନଙ୍କୁ ମକର ଚାଉଳ ବଣ୍ଟନ କରିବା ସଙ୍ଗେ ସଙ୍ଗେ ବୁଲା ଗୋମାତା ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା ସମସ୍ତ କାର୍ଯ୍ୟକ୍ରମ ସଦ ସୁମନ୍ତ ମହାରଣା ଓ ସରୋଜ ଜେନା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ସମସ୍ତେ ଭାରତ ମାତାର ଜୟଗାନ କରି ଗୋସୁରକ୍ଷା ଦାବୀ ଉପସ୍ଥାପନ କରିଥଲେ।

Leave a Reply

Your email address will not be published. Required fields are marked *