ନୟାଗଡରେ ସେବା ଉତ୍ସବ ସମିତି ପକ୍ଷରୁ ସହୀଦ ଦିବସ ଅବସରରେ ଶ୍ରମଦାନ କାର୍ଯ୍ୟକ୍ରମ

Spread the love

ନୟାଗଡ଼ ( ଆମ ସରକାର ) :- ମାଇ ଭାରତ ନୟାଗଡ଼ ଓ ସେବା ଉତ୍ସବ ସମିତି ପକ୍ଷରୁ ସହୀଦ ଦିବସ ପାଳିତ ହୋଇଯାଇଛି l ସହୀଦ ଭଗବତ ସିଂହ, ଶିବରାମ ରାୟଗୁରୁ ଓ ସୁଖଦେବ ଥାପୁରଙ୍କ ବଳିଦାନ ଦିବସକୁ ସାରା ଭାରତରେ ସହୀଦ ଦିବସ ଭାବେ ପାଳନ କରାଯାଉଛି l ଏହି ଅବସରରେ ନୟାଗଡ଼ରେ 2 ଦିନ ଧରି ସହୀଦ ଦିବସ ପାଳନ କରାଯାଉଛି l ନୟାଗଡ଼ ବାଲାଙ୍ଗିବନ୍ଧ ଠାରେ ଆଜି ଶ୍ରମଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l  

ସେବା ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେପି ନେତା ସନ୍ତୋଷ ପ୍ରଧାନ, ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସଂଜୟ ନାୟକ, ସମାଜସେବୀ ବସନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମକୁ ସେବା ସମିତି ସଦସ୍ୟ ଓ ଦେବଦୁତ୍ତ ସେବା ପରିଷଦର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ l ସହୀଦ ଦିବସ ଅବସରରେ ଆସନ୍ତା କାଲି ନୟାଗଡ଼ ସହରରେ ପଦଯାତ୍ରା କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି l

Leave a Reply

Your email address will not be published. Required fields are marked *