ଦୁର୍ନୀତି ନିବାରଣ ସଚେତନତା ନିମନ୍ତେ  ଭୁବନେଶ୍ବର ଏମ୍ସ ପରିସରରେ ଗ୍ରାମସଭା ଆୟୋଜନ

Spread the love

ଭୁବନେଶ୍ୱର (ଆମ ସରକାର): ତୃଣମୂଳସ୍ତରରୁ ଦୁର୍ନୀତି ମୁଳୋତ୍ପାଟନ ନିମନ୍ତେ ବ୍ୟାପକ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଏମ୍ସ ଭୁବନେଶ୍ବର ପକ୍ଷରୁ ଅଭିନବ ବ୍ୟବସ୍ଥା ସ୍ବରୂପ ଗ୍ରାମସଭା ଆୟୋଜିତ ହୋଇଯାଇଛି। ରାଷ୍ଟ୍ର ବିକାଶରେ ଅନ୍ତରାୟ ସାଜୁଥିବା ଏହି ମହାମାରୀ ବିରୋଧରେ ଲଢ଼େଇ ନିମନ୍ତେ ଗ୍ରାମସଭା ମାଧ୍ୟମରେ ସଚେତନ କରାଇବା ଏକ ବିହିତ ପଦକ୍ଷେପ।ଜନସାଧାରଣଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ପ୍ରଦାନ ସହିତ, ଦୁର୍ନୀତି ବିରୋଧୀ ଲଢ଼େଇରେ ମଧ୍ୟ ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରୁଥିବା ପ୍ରକାଶ କରିଛନ୍ତି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ। ସେହିପରି ଏମ୍ସର କର୍ମଚାରୀ, ଛାତ୍ରଛାତ୍ରୀ, ଅଧିକାରୀଙ୍କ ମଧ୍ୟରେ ନୈତିକ ମୂଲ୍ୟବୋଧ, ସତର୍କତା ଏବଂ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଦୁର୍ନୀତି ନିବାରଣ ସଚେତନତାର ଅଂଶ ସ୍ବରୂପ ୱାକାଥନ୍, ବିଭିନ୍ନ ପ୍ରତିଯୋଗିତା, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆଦି ଆୟୋଜିତ ହୋଇଥିଲା। ସଚ୍ଚୋଟତା, ସ୍ୱଚ୍ଛତା ଏବଂ ସୁଶାସନ ପ୍ରତି ଏହାର ପ୍ରତିବଦ୍ଧତାକୁ ସୁଦୃଢ଼ କରି, ପ୍ରତିଷ୍ଠାନ ସଚେତନତା ପ୍ରସାର ଏବଂ ସାର୍ବଜନୀନ ଜୀବନରେ ସାଧୁତାକୁ ଉତ୍ସାହିତ କରିବା ଲକ୍ଷ୍ୟରେ ଉପରୋକ୍ତ କାର୍ଯ୍ୟକ୍ରମଗୁଡ଼ିକ ଅନୁଷ୍ଠିତ ହୋଇଥିଲା। ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ଶୁଭାରମ୍ଭରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସଙ୍କ ନେତୃତ୍ବରେ ଶପଥ ପାଠ ଅନୁଷ୍ଠିତ ହୋଇଥିଲଶ। ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡିନ୍ (ଗବେଷଣା) ଡ. ସତ୍ୟଜିତ ମିଶ୍ର, ସିଭିଓ ଡ. ମନୋଜ କୁମାର ମହାନ୍ତି, ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀ ଏହି ଅବସରରେ ଉପସ୍ଥିତ ଥିଲେ। ଉଦ୍ଯାପନୀ ସମାରୋହରେ ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଓଡ଼ିଶା ପୁଲିସ୍ ଏଡିଜି(ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ସରକାରୀ ପ୍ରତିଷ୍ଠାନରେ ସତର୍କତା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ନୈତିକ ଆଚରଣ, ସ୍ୱଚ୍ଛତା ଏବଂ ବ୍ୟବହାରିକ ପଦକ୍ଷେପର ମହତ୍ବ ଉପରେ ଗୁରୁତ୍ୱାରୋପ କରିଥିଲେ ଶ୍ରୀ ପ୍ରିୟଦର୍ଶୀ। ତାଙ୍କର ବାର୍ତ୍ତା ଅଂଶଗ୍ରହଣକାରୀମାନଙ୍କୁ ବ୍ୟକ୍ତିଗତ ଏବଂ ବୃତ୍ତିଗତ କ୍ଷେତ୍ରରେ ସଚ୍ଚୋଟତା ବଜାୟ ରଖିବାକୁ ପ୍ରେରଣା ଦେଇଥିଲା। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡିନ୍ ଡ. ପି. ଆର. ମହାପାତ୍ର, ସିଭିଓ ଡ. ମନୋଜ କୁମାର ମହାନ୍ତି, ଏମଏସ୍ ଡ. ଦିଲ୍ଲୀପ କୁମାର ପରିଡ଼ା, ଡିଡିଏ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭିଜିତ ସରକାର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ବିଜେତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଭିଜିଲାନ୍ସ ସେଲର ସହକାରୀ ଯନ୍ତ୍ରୀ (ସିଭିଲ୍) ପଦ୍ମଲୋଚନ ସ୍ୱାଇଁ, ଜିତେନ୍ଦ୍ର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *