Assembly Winter Session: ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ବିଧାନସଭାର ଶୀତ ଅଧିବେଶନ

Spread the love

ଚଳିତ ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇପାରେ ବିଧାନସଭାର ଶୀତ ଅଧିବେଶନ । ଏନେଇ ରାଜ୍ୟ ପୂର୍ତ୍ତ, ଆଇନ୍ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ବିଧାନସଭାର ଶୀତ ଅଧିବେଶନରେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବାର ସମ୍ଭାବନା ରହିଛି। ନୂଆପଡ଼ା ଉପ ନିର୍ବାଚନ ପରେ ବିଧାନସଭାର ଶୀତ ଅଧିବେଶନ ବସିବ ବୋଲି ସୂଚନା ମିଳିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଥର ବିଧାନସଭାର ଶୀତ ଅଧିବେଶନକୁ ସମ୍ବୋଧିତ କରିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିବାର ଅଛି, ଆଉ ଏହି ଗସ୍ତରେ ରାଷ୍ଟ୍ରପତି ରାଜ୍ୟ ବିଧାନସଭାକୁ ସମ୍ବୋଧିତ କରିପାରନ୍ତି। ତେବେ ଏନେଇ କୌଣସି ପ୍ରକାର ବିଧିବଦ୍ଧ ଘୋଷଣା କରାଯାଇନି।

 ସରଗରମ ହେବ ଶୀତ ଅଧିବେଶନ

ତେବେ ଯଦି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟ ବିଧାନସଭାକୁ ସମ୍ବୋଧିତ କରନ୍ତି ତେବେ ଏହା ରାଜ୍ୟର ବିଧାନସଭା ଇତିହାସରେ ଉଦାହରଣ ସୃଷ୍ଟି କରିବ। ତେବେ ନଭେମ୍ବର ୨୭ ତାରିଖରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଲେ, ଶୀତ ଅଧିବେଶନ ସରଗରମ ହେବ ବୋଲି ଅନୁମାନ କରାଯାଉଛି । ବିଭିନ୍ନ ପ୍ରସଙ୍ଗରେ ବିରୋଧୀମାନେ ସରକାରକୁ ଘେରିବା ନେଇ ଅନୁମାନ କରାଯାଉଛି । ଖାସ୍ କରି ଶୀତ ଅଧିବେଶନ ବସିବା ବେଳକୁ, ନୂଆପଡ଼ା ଉପ ନିର୍ବାଚନ ସରିଥିବ, ଆଉ ନୂଆପଡ଼ା ନିଜର ନୂଆ ବିଧାୟକ ପାଇସାରିଥିବ, ତେଣୁ ବିଧାନସଭା ଶୀତ ଅଧିବେଶନ ସରଗରମ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏଣେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର କାର୍ଯ୍ୟସୂଚୀ ଖୁବ୍ ଶୀଘ୍ର ଆସିପାରେ ବୋଲି କୁହାଯାଉଛି। 

Leave a Reply

Your email address will not be published. Required fields are marked *