ରାଜସୁନାଖଳାରେ ବଜରଙ୍ଗ ଦଳର ପ୍ରଥମ ଖଣ୍ଡ ପ୍ରସ୍ତୁତି ବୈଠକ

Spread the love

ନୟାଗଡ଼ ୧୧/୦୧ ( ଆମ ସରକାର ) : ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ରାଜସୁନାଖଳା ଗ୍ରାମ ପଞ୍ଚାୟତର କୋଟଗଡ଼ ଗ୍ରାମ ନିକଟସ୍ଥ ଅନନ୍ତ ଗୁମ୍ଫା ପରିସରରେ ବଜରଙ୍ଗ ଦଳର ପ୍ରଥମ ଖଣ୍ଡ ପ୍ରସ୍ତୁତି ବୈଠକ ରବିବାର ଦିନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଶ୍ଵ ହିନ୍ଦୁ ପରିଷଦର ସହସମ୍ପାଦକ ଖୋର୍ଦ୍ଧା ଜିଲ୍ଲା ଶ୍ରୀ ପ୍ରଭାତ ପାଣଗ୍ରାହୀ , ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ଖୋର୍ଦ୍ଧା ଜିଲ୍ଲା ଶ୍ରୀ ଉଦିତ୍ୟ ପ୍ରହରାଜ, ସହ ସଂଯୋଜକ ଶ୍ରୀ ଦିବ୍ୟ ପ୍ରକାଶ,ସୁରକ୍ଷା ପ୍ରମ୍ମୁଖ ଶ୍ରୀ ମୁକେଶ ସାମନ୍ତରାୟ, ପ୍ରଖଣ୍ଡ ସଂଯୋଜକ ବୋଲଗଡ଼ ଶ୍ରୀ ହିତେଶ କୁମାର ବେହେରା ଓ ପ୍ରଖଣ୍ଡ ସଂଯୋଜକ ରଣପୁରର ଶ୍ରୀସଞ୍ଜୀବ କୁମାର ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ ।

ଏଥି ସହିତ ରାଜସୁନାଖଳା ଗ୍ରାମ ପଞ୍ଚାୟତର ଯୁବସରପଞ୍ଚ ତଥା ସମାଜସେବୀ ଶ୍ରୀ ଚିତ୍ତ ରଞ୍ଜନ ପ୍ରଧାନ , ଶିକ୍ଷାବିତ ଶ୍ରୀ ବଲ୍ଲଭ ପ୍ରଧାନ ,ଆଇନଜିବୀ ଶ୍ରୀ ସର୍ବେଶ୍ଵର ବେହେରା , ସମାଜସେବୀ ଶ୍ରୀ ସନ୍ତୋଷ କୁମାର ସାହୁ ମଧ୍ୟ ଯୋଗ ଦେଇ ଆଲୋଚନାରେ ଭାଗନେଇଥିଲେ । ବିଶ୍ଵ ହିନ୍ଦୁ ପରିଷଦର ସହ ସମ୍ପାଦକ ନିଜ ଅଭିଭାଷଣ ମାଧ୍ୟମରେ ବଜରଙ୍ଗ ଦଳର ଉତ୍ପତ୍ତି , ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ସବିଶେଷ ଆଲୋଚନା କରିଥିଲେ। ୧୯୮୪ ମସିହାରୁ ସେବା,ସୁରକ୍ଷା ଓ ସଂସ୍କାରକୁ ନେଇ ବଜରଙ୍ଗ ଦଳ ଗଢି ଉଠିଥିଲା । ଏହାର ପ୍ରମୁଖ ଲକ୍ଷ୍ୟ ହିନ୍ଦୁ ମାନଙ୍କୁ ଏକତ୍ରିତ କରିବା, ଗୋ ମାତାକୁ ସୁରକ୍ଷା ଦେବା, ଲଭ ଜିହାଦ୍ ର ଶିକାର ହେଉ ଥିବା ଭଉଣୀ ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରା ଯାଇଥିଲା । ଏହି ବୈଠକରେ ରାଜସୁନାଖଳା ଓ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଯୁବକମାନେ ସାମିଲ ହୋଇଥିଲେ।

ଜୟ ଶ୍ରୀ ରାମ ଧ୍ବନିରେ ଗଗନ ପବନ ପ୍ରକମ୍ପିତ ହେଉଥିଲା । ଏହି ଅବସରରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ଯୋଗ ଦେଇ ଜାତୀୟ ସଙ୍ଗୀତ ଗାନ କରିବା ସହିତ ଭାରତ ମାତା କି ଜୟ ଧ୍ୱନିର ନାରା ଦେଇ ଥିଲେ।

Leave a Reply

Your email address will not be published. Required fields are marked *