ରାଜ୍ୟରେ ୬ ତାରିଖରୁ ଆରମ୍ଭ ହେବ ପକ୍ଷୀ ଗଣନା

Spread the love

ଭୁବନେଶ୍ୱର (ଆମ ସରକାର) : ଜାନୁଆରୀ ୬ ତାରିଖରୁ ଆରମ୍ଭ ହେବ ପକ୍ଷୀ ଗଣନା । ଚିଲିକା, ନଳବନ, ମଙ୍ଗଳାଯୋଡ଼ି, ହୀରାକୁଦ , ନନ୍ଦନକାନନରେ ଗଣନା ହେବ । ସୂଚନା ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଗଣନାରେ ପର୍ଯ୍ୟଟନ ବିଭାଗର ବି ସହଯୋଗ ନିଆଯିବ । ପକ୍ଷୀ ସଂରକ୍ଷଣ, ଆଧୁନିକ ୱାଚ ଟାୱାର, ଏନକ୍ଲୋଜର ନିର୍ମାଣ ହେବ’ । ଶିକାରୀମାନଙ୍କ ଗତିବିଧି ରୋକିବା ପାଇଁ ନଜର ରଖାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ପକ୍ଷୀ ଗଣନା ସମୟରେ ଚିଲିକା ମଧ୍ୟକୁ ପର୍ଯ୍ୟଟକ ବାରଣ ଏବଂ ପକ୍ଷୀ ରହୁଥିବା ସ୍ଥାନଗୁଡ଼ିକରେ ମାଛଧରା ଡଙ୍ଗା ଚଳାଚଳ ଉପରେ ରୋକ୍ ଲଗାଇ ପାରନ୍ତି ବନ୍ୟପ୍ରାଣୀ ବିଭାଗ । ବାଇନକୁଲାର, ବନ୍ୟପ୍ରାଣୀ ବିଭାଗର ବାର୍ଡ୍ସ ବୁକ୍ ଏବଂ ଅନ୍ୟାନ୍ୟ ଟେକ୍ନିକାଲ୍ ଯନ୍ତ୍ରାଂଶରେ ପକ୍ଷୀଙ୍କ ସଂଖ୍ୟା ଗଣନା ହେବ । ଚଳିତ ବର୍ଷ ସମଗ୍ର ଚିଲିକାକୁ କେତେ ସଂଖ୍ୟକ ଦେଶୀ-ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଛି, ତାହା ଜଣାପଡ଼ିବ । ଗତବର୍ଷ ତୁଳନାରେ ଚଳିତ ବର୍ଷ ଚିଲିକାରେ ପକ୍ଷୀଙ୍କ ସଂଖ୍ୟା ବଢ଼ିଛି ନା’ କମିଛି ତାହାର ଟିକିନିଖି ହିସାବ କରିବ ଚିଲିକା ବନ୍ୟପ୍ରାଣୀ ବିଭାଗ ।

Leave a Reply

Your email address will not be published. Required fields are marked *