ନୟାଗଡ଼ରେ ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ; ସଦର ଥାନା ଘେରାଉ କଲେ ବିଜେପି କର୍ମୀ

Spread the love

ନୟାଗଡ: ନୟାଗଡ଼ରେ ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ବିଜେପି ପକ୍ଷରୁ ଥାନା ଘେରାଉ l ନୟାଗଡ଼ ବ୍ଲକ କାଳିକା ପ୍ରସାଦ ଗ୍ରାମର ବିଜେପି କର୍ମୀ ଅଶୋକ ଭଟ୍ଟଙ୍କୁ ଗତକାଲି ରାତିରେ ତଣ୍ଟି ଚିପି ମାରିଦେବାକୁ ଉଦ୍ୟମ କରିଥିଲେ କିଛି ଦୁର୍ବୁର୍ତ୍ତ । ‘ବିକଶିତ ଗାଁ ବିକଶିତ ଓଡିଶା’ ଯୋଜନାରେ ଚାଲିଥିବା କାର୍ଯ୍ୟର RTI ମାଗିବାରୁ ଅଶୋକଙ୍କୁ କିଛି ଗୁଣ୍ଡା ଶ୍ରେଣୀୟ ଲୋକ ନିଛାଟିଆ ରାସ୍ତାରେ ଅଟକାଇ ଜୀବନରୁ ମାରିଦେବା ପାଇଁ ପ୍ରୟାସ କରିଥିଲେ। ଏହି ସମୟରେ ରାସ୍ତାରେ ଯାଉଥିବା କିଛି ଲୋକ ଅଶୋକଙ୍କୁ ମେଡିକାଲ ଆଣିବାରୁ ତାଙ୍କ ଜୀବନ ବଞ୍ଚିଥିବା ଜଣାପଡ଼ିଛି। ତେବେ ଏହି ଘଟଣାରେ ଅଭିଯୋଗ ପରେ ସଦର ଥାନା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଯାହାର ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ନୟାଗଡ଼ ସଦର ଥାନା ଘେରାଉ କରାଯାଇଛି l

Leave a Reply

Your email address will not be published. Required fields are marked *