ବାଲୁଗାଁ ରେଲୱେ ଓଭର ବ୍ରିଜ ନିକଟରୁ ବ୍ରାଉନ ସୁଗାର ଜବତ

Spread the love

ଖୋର୍ଦ୍ଧା (ଆମ ସରକାର):- ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରେଲୱେ ଓଭର ବ୍ରିଜ ନିକଟରୁ ୧୧୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଟାଙ୍ଗୀ ରେଞ୍ଜ ଅବକାରୀ ନିରୀକ୍ଷକ ଅଜିତ କୁମାର ପାତ୍ରଙ୍କ ତତ୍ୱବଧାନରେ ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲିଙ୍କ ନେତୃତ୍ୱରେ ବ୍ରାଉନ ସୁଗାର ଜବତ କରାଯାଇଛି।

ବିଶେଷ ସୂତ୍ରରୁ ଖବର ପାଇ ଆଜି ବାଲୁଗାଁ ଥାନା ଅନ୍ତର୍ଗତ ରେଲୱେ ଓଭର ବ୍ରିଜ ନିକଟରେ ଚଢ଼ାଉ କରି ୧୧୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧୧ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।ଏ ସଂକ୍ରାନ୍ତରେ କେଶ ନଂ ୧୯୭/୨୫-୨୬ ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ବାଳ ସୁଧାର ଗୃହକୁ ପଠାଯାଇଥିବା ବେଳେ ଏହି କାରବାରରେ ଆଉ କିଏ ସମ୍ପୃକ୍ତ ରହିଛନ୍ତି ସେନେଇ ତଦନ୍ତ ଜାରି ରହିଥିବା ବାଲୁଗାଁ ଅବକାରୀ ଅଧିକାରୀ ଶ୍ରୀ ମୁଦୁଲି କହିଛନ୍ତି। ଏହି ଚଢ଼ାଉରେ ଜିଲ୍ଲା ମୋବାଇଲ ଟିମ ଏସଆଇ ସୁଜିତ କୁମାର ନାଗ, ଟାଙ୍ଗୀ ଓଆଇସି ରମେଶ ଚନ୍ଦ୍ର ବାରିକ, ବାଲୁଗାଁ ଅବକାରୀ ଅଧିକାରୀ ଶ୍ରୀ ମୁଦୁଲିଙ୍କ ସମେତ ଏଏସଆଇ ମୀନକେତନ ମହାଳିକ, ଏଏସଆଇ ଜିତେନ୍ଦ୍ର ହେମ୍ବ୍ରମ, ଏଏସଆଇ ସଞ୍ଜୟ କୁମାର ରାଉତ, କନେଷ୍ଟବଳ ରଞ୍ଜିତ ପଟେଲ, ଅନୀଲ କୁମାର, ସୁନିତା ମହାରଣା ପ୍ରମୁଖ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *