ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ମୃତ୍ୟୁ ଘଟଣା ; ଭାରତୀୟ ଜାତୀୟ ମାନବ ଅଧିକାର କମିଶନ ନିକଟରେ ମାମଲା ରୁଜୁ କଲା “ଉତ୍କଳୀୟମ୍ ଫାଉଣ୍ଡେସନ”

Spread the love

ଭୁବନେଶ୍ୱର, (ଆମ ସରକାର) :– ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଚର୍ଚ୍ଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ନେଇ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ହ୍ୟୁମାନଙ୍କ ମା ପୂର୍ବରୁ ଅଭିଯୋଗ ଆଣିଥିଲେ ଯେ ତାଙ୍କ ପୁଅକୁ ବ୍ୟବହାର କରାଯାଇଛି ଏବଂ ଜାଣି ଜାଣି ମାରି ଦିଆଯାଇଛି । ଆଜି ଏହି ଘଟଣାରେ ଓଡିଶାର ପ୍ରତିଷ୍ଠିତ ଏକ ସାମାଜିକ ସଂଗଠନ “ଉତ୍କଳୀୟମ୍ ଫାଉଣ୍ଡେସନ” ତରଫରୁ ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ମୃତ୍ୟୁ ପଛର ଷଡଯନ୍ତ୍ରକାରୀ ଓ ତାଙ୍କ ମାଆଙ୍କୁ ଅଶାଳୀନ ବ୍ୟବହାର ଓ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ସହ ମାମଲାର ଉପଯୁକ୍ତ ବିଚାର ପାଇଁ, ଭାରତୀୟ ଜାତୀୟ ମାନବିକ ଅଧିକାର କମିଶନ, ନୂଆଦିଲ୍ଲୀଙ୍କ ନିକଟରେ ମାମଲା ରୁଜୁ ହୋଇଅଛି ଓ ଯାହାର କେଶ୍ ଡାଏରୀ ନମ୍ବର –  27022/IN/2025 ଅଟେ।

ଉକ୍ତ ପିଟିସନରେ କୁହାଯାଇଛି ଯେ ଷଡଯନ୍ତ୍ର କରି ହ୍ୟୁମାନଙ୍କୁ ମାରି ଦିଆଯାଇଛି ଓ ଏହାକୁ ହତ୍ୟାର ଅଭିଯୋଗ କରି ଆସୁଥିବା ତାଙ୍କ ମାଆଙ୍କୁ ବି ଅଶାଳୀନ ଭାଷାରେ ବି ଗାଳିଗୁଲଜ ସହ ଆକ୍ରମଣର ମଧ୍ୟ ଅଭିଯୋଗ ହୋଇଛି । ତତସହିତ ମାନ୍ୟବର ଅଦାଲତରେ ନିକଟରେ ‘ଉତ୍କଳୀୟମ୍ ଫାଉଣ୍ଡେସନ’ର ଅଧ୍ୟକ୍ଷ ତଥା ଆଇନଜୀବି ରାଜୀବ ଲୋଚନ ପ୍ରଧାନଙ୍କ ତରଫରୁ ପାର୍ଥନା ହୋଇଅଛି କି, ଉକ୍ତ ଘଟଣାରେ ସଂଶ୍ଳିଷ୍ଟ ଦୋଷୀ ମାନଙ୍କୁ ତୁରନ୍ତ ଗିରଫ ସହ ସ୍ବର୍ଗତ ହ୍ୟୁମାନ ସାଗରଙ୍କ କଷ୍ଟ ଅର୍ଜିତ ଆୟକୁ ତୁରନ୍ତ ତାଙ୍କ ପରିବାରକୁ ପ୍ରଦାନ ସହ ତତସହିତ କ୍ଷତିପୂରଣ ସ୍ୱରୂପର ୫୦ଲକ୍ଷର କ୍ଷତିପୂରଣ ରାଶି ବି ତାଙ୍କ ପରିବାରକୁ ପ୍ରଦାନ କରାଯାଉ।

Leave a Reply

Your email address will not be published. Required fields are marked *