ଖୋର୍ଦ୍ଧାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

Spread the love

ଖୋର୍ଦ୍ଧା (ଆମ ସରକାର):- ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ସମସ୍ତ ଗଣ ମାଧ୍ୟମ ର ବିଶ୍ୱସନୀୟତା ସୁରକ୍ଷିତ ରହିବ ବୋଲି ଆଜି ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଜ୍ୟୋତି ଶଙ୍କର ସାହୁ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଦିବସକୁ ଉଦ୍ଘାଟନ କରି ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ସାମ୍ବାଦିକ ମାନେ ଖୋର୍ଦ୍ଧା ଜିଲ୍ଲାକୁ ଆଗକୁ ନେବା ପାଇଁ ଗୁରୁଦାୟିତ୍ଵ ନିର୍ବାହ କରୁଛନ୍ତି। ଗଣମାଧ୍ୟମ ସମ୍ପୂର୍ଣ୍ଣ ଗଣତାନ୍ତ୍ରିକ ବ୍ୟବସ୍ଥା କୁ ଦିଗ ଦର୍ଶନ ଭଳି ମହାନ୍ ସେବା ନିର୍ବାହ କରୁଛି। ପଂଚାୟତ ଠାରୁ, ବ୍ଲକ୍, ଜିଲ୍ଲା, ବିଧାନସଭା , ପାର୍ଲିଆମେଣ୍ଟ ତ୍ରିସ୍ତରୀୟ ପଞ୍ଚାୟତ ରାଜ ଶାସନକୁ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ସାମ୍ବିଧାନିକ ଅନୁଛେଦ ଧାରା ୧୯କ ମତ ପ୍ରଦାନ କରିବାର ଅଧିକାର ରେ ନିଜକୁ ତର୍ଜମା କରି ଜେମେସ୍ ୱାଟ ର ଉଦାହରଣ ଦେଇ ସାମ୍ବାଦିକତା ବୃତ୍ତି କୁ ସାମ୍ବାଦିକ ମାନେ ସମ୍ମାନ ଦେଇ ପ୍ରଶାସନକୁ ସହଯୋଗ ପ୍ରଦାନ କଲେ ଖୋର୍ଦ୍ଧା ଜିଲ୍ଲାରେ ସବୁ ପଂଚାୟତରେ ଥିବା ଆବଶ୍ୟକ ଉନ୍ନତି କାର୍ଯ୍ୟ ତ୍ୱରାନ୍ୱିତ ହୋଇ ସମଗ୍ର ଭାରତ ବର୍ଷରେ ଏକ ନମ୍ୱର୍ ଜିଲ୍ଲା ରେ ପରିଣତ କରିବାକୁ ଗଣମାଧ୍ୟମ ପ୍ରତିନିଧି ମାନେ ସହଯୋଗ କରିବାକୁ ଆହ୍ଵାନ ଦେଇଥିଲେ।

ମୁଖ୍ୟ ବକ୍ତାବାବେ ପୂର୍ବତନ ଅଧ୍ୟକ୍ଷ, ବେଗୁନିଆ ମହାବିଦ୍ୟାଳୟ ଡ. ପ୍ରମୋଦ କୁମାର ଦାସ ଯୋଗଦେଇ କହିଲେ ଯେ ପ୍ରେସ ସ୍ଵାଧୀନତା କୁ ସୁରକ୍ଷା ଦେବା ଅର୍ଥ ସାମ୍ବାଦିକ ମାନଙ୍କୁ ସୁରକ୍ଷା ଦେବା। ପ୍ରେସ ସ୍ଵାଧୀନତା ପ୍ରତି ବିପଦ ବଢ଼ିଚାଲିବା ସହ ପ୍ରେସ ପରିଷଦରେ ଅଭିଯୋଗ ସଂଖ୍ୟା ବଢୁଛି। ଏଣୁ ସାମ୍ବାଦିକ ମାନେ ସ୍ୱଚ୍ଛ, ସତ୍ୟ, ନିରପେକ୍ଷ ଓ ଗଠନ ମୂଳକ ସମ୍ବାଦ ପରିବେଷଣ କଲେ ଗଣ ମାଧ୍ୟମ ବିଶ୍ୱସନୀୟତା ସୁରକ୍ଷିତ ରହିବ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ।

ସମ୍ମାନିତ ଅତିଥି ଭାବେ ନିଉଜ୍ ମ୍ୟାନ ଡ. ବିମଳ ଚନ୍ଦ୍ର ଷଡ଼ଙ୍ଗୀ, ପ୍ରାକ୍ତନ ଶିକ୍ଷା ଜିଲ୍ଲା ଅଧିକାରୀ ଭୀମସେନ ପ୍ରଧାନ, ବରିଷ୍ଠ ସାମ୍ବାଦିକ ଏବଂ ସ୍ତମ୍ଭକାର ଉମାଶଙ୍କର ପ୍ରସାଦ ଯୋଗଦେଇ ଜାତୀୟ ପ୍ରେସ ଦିବସ ପାଳନ ର ଉଦେଶ୍ୟ ଓ ଆଭିମୁଖ୍ୟ ଏବଂ ଗଣ ମାଧ୍ୟମ ର ବିଶ୍ୱସନୀୟତା ଦିଗରେ ସାମ୍ବାଦିକ ମାନଙ୍କ କି ଭୂମିକା ରହିଛି ସେ ସମ୍ବନ୍ଧରେ ଉଦବୋଧନ ଦେଇଥିଲେ।
ସେହିପରି ଜିଲ୍ଲା ପ୍ରେସ କ୍ଲବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁଭାଂଶୁ ସାମନ୍ତରାୟ, ସାମ୍ବାଦିକ ରାମ ନାରାୟଣ ଦାଶ, ପ୍ରସନ୍ନ ପାଇକରାୟ, ଶୁଭଲକ୍ଷ୍ମୀ ସାମନ୍ତରାୟ, ଲୋହିତ ନାରାୟଣ ମହାପାତ୍ର ପ୍ରମୁଖ ବଢୁଥିବା ମିଥ୍ୟା ସୂଚନା ମଧ୍ୟରେ ଗଣ ମାଧ୍ୟମର ବିଶ୍ୱସନୀୟତାକୁ ସୁରକ୍ଷିତ ରଖିବା ର ବିଭିନ୍ନ ଦିଗ ଉପରେ ବକ୍ତବ୍ୟ ରଖିଥିଲେ। ଦିବସ ଉପଲକ୍ଷେ ନିୟୁଜ ମ୍ୟାନ୍ ଡ. ବିମଳ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଦ୍ଵାରା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଏକ ସମ୍ବାଦ ପତ୍ର ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଶ୍ରୀ ସାହୁ ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ମୁଖ୍ୟବକ୍ତା ସମସ୍ତ ସମ୍ମାନିତ ଅତିଥି ମାନଙ୍କୁ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ସଭା ସଂଯୋଜନା, ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ସମ୍ପାଦନ କରିଥିଲେ।

Leave a Reply

Your email address will not be published. Required fields are marked *