
ଭାପୁର, ୧୦/୧୨(ଜ୍ୟୋତିରଞ୍ଜନ ମହାରଣା):- କଟକ ଲୋକସଭା ଅନ୍ତର୍ଗତ ଖଣ୍ଡପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ସାଂସଦ ଖେଳ ମହୋତ୍ସହ ଭାପୁର ବ୍ଲକ ବାଇଗୁଣିଆ ଗ୍ରାମସ୍ଥିତ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ପରିସରରେ ଉଦଘାଟିତ ହେଇଯାଇଅଛି। ଖେଳ ମହୋତ୍ସବର ଅଷ୍ଟମ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସାଂସଦ ଖେଳ ମହୋତ୍ସବର ସଂଯୋଜକ ସମାଜସେବୀ ନାରାୟଣ ମହାରଣା ଯୋଗ ଦେଇଥିଲେ। ଏହି ଅବସରରେ ଭାପୁର ବ୍ଲକ କ୍ରୀଡା ସମ୍ପାଦକ ଶଙ୍କର କୁମାର ମଲ୍ଲିକ, ବିକ୍ରମ ସାମନ୍ତରାୟ ଓ ଖଣ୍ଡପଡା ବ୍ଳକ କ୍ରୀଡା ସମ୍ପାଦକ ବିଜୟ କୁମାର ମହାପାତ୍ର, ସମୀର କୁମାର ଖୁଣ୍ଟିଆ, ଗଗନ ବିହାରୀ ବାରିକ ଏବଂ ତନ୍ତୁବାୟ ସହଯୋଗ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଆଶିଷ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ଖେଳକୁ ସୂଚାର ରୂପେ ପରିଚାଳନା କରୁଛନ୍ତି। ପୁନଶ୍ଚ ଭାପୁର ଏବଂ ଖଣ୍ଡପଡା ବ୍ଲକର ୪୯ ରୁ ଉର୍ଦ୍ଧ୍ବ କ୍ରୀଡା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଖେଳ ପରିଚାଳନାରେ ସହଯୋଗ କରୁଛନ୍ତି। ଉକ୍ତ ଖେଳ ମହୋତ୍ସବକୁ ୨ଟି ବର୍ଗରେ ଅର୍ଥାତ୍ ୧୪ ରୁ ୧୯ ବର୍ଷ ଜୁନିୟର ବର୍ଗ ଏବଂ ୨୦ ରୁ ୨୪ ବର୍ଷ ସିନିୟର ବର୍ଗ ଭାବେ ଖେଳରେ ପ୍ରତିଯୋଗୀ ମାନେ ଖେଳ ପ୍ରଦର୍ଶନ କରୁଛନ୍ତି। ଆଜି କବାଡି, ଖୋଖୋ ଏବଂ କ୍ରିକେଟ ଖେଳ ଅନୁଷ୍ଠିତ ହୋଇଥିଲା। ସେମାନଙ୍କ ମଧ୍ୟରୁ ପ୍ରତିଯୋଗୀ ମାନଙ୍କୁ ଚୟନ କରାଯାଇ ପ୍ରତ୍ୟେକ ଖେଳର ଏକ ଟିମ୍ ଗଠନ କରାଯିବ। ଚୟନ ହୋଇଥିବା ଉଭୟ ବର୍ଗର ବିଭିନ୍ନ ଖେଳର ଖେଳାଳି ମାନେ ଆସନ୍ତା ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ କଟକ ଠାରେ ଆୟୋଜିତ ଲୋକସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ‘ସାଂସଦଙ୍କ ଖେଳ ମହୋତ୍ସବ’ରେ ପ୍ରତିଯୋଗୀ ଭାବେ ସାମିଲ ହେବେ।
