ସରିଲା ବିହାରରେ ନିର୍ବାଚନ, ଆସିଲା ବୁଥ୍ ବାହୁଡା ମତ: ଅଧିକାଂଶ ସର୍ଭେ ସଂସ୍ଥାର ଆକଳନ

Spread the love

ଆମ ସରକାର ବ୍ୟୁର : ବିହାରରେ କ୍ଲିନ୍ ସୁଇପ୍ କରିବ ଏନଡିଏ । ଏକଥା ଆମେ କହୁନୁ, ବିଭିନ୍ନ ସଂସ୍ଥା କରିଥିବା ଏକ୍‌ଜିଟ୍ ପୋଲ୍‌ ବା ବୁଥ୍ ବାହୁଡ଼ା ମତରୁ ଏହା ଜଣାପଡୁଛି । ଅଧିକାଂଶ ସଂସ୍ଥାଙ୍କ ଏଗଜିଟ ପୋଲରେ ଏନଡିଏକୁ ବହୁମତ ମିଳିପାରେ ବୋଲି ଅନୁମାନ କରାଯାଇଛି । ବଡ କଥା ହେଲା, ଏଗଜିଟ ପୋଲ ଅନୁସାରେ ମହାଗଠବନ୍ଧନକୁ ଶକ୍ତ ଝଟକା ଲାଗିଛି।

ଅଧିକାଂଶ ଏଗଜିଟ ପୋଲରେ ମହାଗଠବନ୍ଧନ ଶହେ ଅଙ୍କ ବି ଅତିକ୍ରମ କରିପାରୁନାହିଁ ।ଆଉ ପ୍ରଶାନ୍ତ କିଶୋରଙ୍କ ଯାଦୁ ବିହାରରେ ଚାଲିନାହିଁ । ଏମିତିକି ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି ଖାତା ବି ଖୋଲି ପାରିବ ନାହିଁ ବୋଲି କିଛି ସଂସ୍ଥା ଆକଳନ କରିଛନ୍ତି । ବିହାରରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ସରିଛି । ନଭେମ୍ବର ୬ ଓ ୧୧ ତାରିଖରେ ବିହାରରେ ୨୪୩ ଆସନ ପାଇଁ ନିର୍ବାଚନ ହୋଇଥିଲା । ନିର୍ବାଚନ ସରିବା ପରେ ଆସିବାରେ ଲାଗିଛି ବୁଥ ବାହୁଡା ମତ ।

Leave a Reply

Your email address will not be published. Required fields are marked *