୪୪ ଲକ୍ଷ ଟଙ୍କାରେ ୨ଟି ପ୍ରକଳ୍ପ ଶିଳାନ୍ୟାସ କଲେ ବିଧାୟକ

Spread the love

ଭାପୁର (ଆମ ସରକାର , ଜ୍ୟୋତିରଞ୍ଜନ ମହାରଣା) :- ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ ଖଣ୍ଡପଡ଼ା ବିଧାୟକ ଇଂ.ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ କରକମଳରେ ରବିବାର ଦିନ ଦୁଇଟି ପ୍ରକଳ୍ପର ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି. ଏହି ଅବସରରେ ଜିଲ୍ଲା ସାଂସଦଙ୍କ ପ୍ରତିନିଧି ଗୟାଧର ପରିଡ଼ା, ସମାଜସେବୀ ଅଖିଳ କୁମାର ମହାରଣା, ଖଣ୍ଡପଡ଼ା ବ୍ଲକ ସାଂସଦଙ୍କ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିୟାର ସିଂ ପ୍ରମୁଖ ଉପସ୍ଥିତ ଥିଲେ. ଅନ୍ୟ ମାନଙ୍କ ମଧ୍ୟରେ କ୍ଷୁଦ୍ର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ.ବୈକୁଣ୍ଠ ନାଥ ଦଳେଇ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ଶିବଶଙ୍କର ବେହେରା, କନିଷ୍ଠ ଯନ୍ତ୍ରୀ ରାମମୋହନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ.ଏହି ଅବସରରେ ମହାନଦୀ ଦକ୍ଷିଣ ପାର୍ଶ୍ୱ ବନ୍ଧରେ କମେଇ ଠାରୁ ପଥରଚକଡ଼ା ପର୍ଯ୍ୟନ୍ତ ୨୪ ଲକ୍ଷ ଟଙ୍କା ବିନିମୟରେ ସୁରକ୍ଷା ପ୍ରାଚୀର ନିର୍ମାଣ ନିମନ୍ତେ ବିଧାୟକଙ୍କ ଦ୍ୱାରା ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି. ସେହିପରି କରବର ପଞ୍ଚାୟତ ନଣ୍ଡାବର ଗ୍ରାମ ପାଖ ନଦୀ ବନ୍ଧର ସୁରକ୍ଷା ପ୍ରାଚୀର ନିର୍ମାଣ ନିମନ୍ତେ ୨୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି. ଯାହାଫଳରେ ନଦୀ ବନ୍ଧ ସୁରକ୍ଷା ହେବା ସହ ଲୋକମାନେ ନିର୍ଭୟ ଭାବରେ ଗ୍ରାମରେ ବସବାସ କରିପାରିବେ. ବିଧାୟକଙ୍କ ଦୁରଦୃଷ୍ଟି ଓ ଜନହିତକର କାର୍ଯ୍ୟକୁ ସବୁ ମହଲାରେ ପ୍ରଶଂସାର ସୁଅ ଛୁଟିଥିବା ବେଳେ ବିଧାୟକ କଥାରେ ନୁଁହେ କାମରେ କରି ଦେଖାନ୍ତି ବୋଲି ସବୁଠାରେ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *