ଘରେ ଘରେ ମା ମହାଲକ୍ଷ୍ମୀଙ୍କ ପୂଜା ପାଳିତ

Spread the love

ଭାପୁର,୪/୧୨ (ଜ୍ୟୋତିରଞ୍ଜନ ମହାରଣା) : ମାର୍ଗଶିର ମାସ ଶେଷ ଗୁରୁବାର ଦିନ ଘରେ ଘରେ ମା ମହାଲକ୍ଷ୍ମୀଙ୍କ ପୂଜା ପାଳିତ ହୋଇଯାଇଛି. ଘରର ମହିଳା ମାନେ ଘରେ ଝୋଟି ଚିତା ପକାଇ ବିଭିନ୍ନ ପିଠା ଓ ଫଳ ମୂଳରେ “ମା”ଙ୍କୁ ପୂଜା କରି ଉପବାସ ରହି ନିଷ୍ଟାର ସହକାରେ ପାଳନ କରିଥାନ୍ତି. ଭାପୁର ବ୍ଲକର ନିମଣୀ, ବାଇଗୁଣିଆଁ, ଭାପୁର ଆଦି ଗ୍ରାମରେ “ମା”ଙ୍କ ପୂଜା ଧୁମଧାମରେ ପାଳିତ ହେଉଛି. ନିମଣୀ ଗ୍ରାମରେ ୩୩ ତମ ମହାଲକ୍ଷ୍ମୀ ପୂଜା ମହୋତ୍ସବ ଆଜି ଠାରୁ ୫ ଦିନ ଧରି ପାଳିତ ହେଉଛି. ବାଇଗୁଣିଆ ଗ୍ରାମରେ ଓଡ଼ିଆକୁଳ ଯୁବକ ସଙ୍ଘ ଦ୍ଵାରା ୩୫ ତମ ମାଣବସା ମହାଲକ୍ଷ୍ମୀ ପୂଜା ମହୋତ୍ସବ ୭ ଦିନ ଧରି ଧୂମଧାମରେ ପାଳିତ ହେଉଛି. ସେହିପରି ଭାପୁର ପାଟଣାସାହିରେ ପ୍ରାୟ ୩୦ ବର୍ଷରୁ ଉର୍ଦ୍ଧ ହେବ ୩ ଦିନ ଧରି ଧୁମଧାମରେ ମାହାଲକ୍ଷ୍ମୀଙ୍କ ପୂଜାପାଳିତ ହେଉଛି. ପ୍ରତ୍ୟେକ ଦିନ ସଂସ୍କୃତି ଓ ପୌରାଣିକ ନାଟକ ମଞ୍ଚସ୍ଥ ହେଉଥିବାର ଦେଖିବାକୁ ମିଳୁଛି.

Leave a Reply

Your email address will not be published. Required fields are marked *