ନୟାଗଡରେ ସେବା ଉତ୍ସବ ସମିତି ପକ୍ଷରୁ ମାରାଥନ ଓ ଯୁବ ଉତ୍ସବ ଅନୁଷ୍ଠିତ

Spread the love

ନୟାଗଡ (ଆମ ସରକାର ):- ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଜାତୀୟ ଯୁବ ଦିବସ ଅବସରରେ ମିନି ମାରାଥନ ଓ ଯୁବ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସକାଳୁ ସକାଳୁ ବିଭିନ୍ନ ଶିକ୍ଷାନୁଷ୍ଠାନର ଏକ ହଜାରରୁ ଉଦ୍ଧ ଛାତ୍ରଛାତ୍ରୀ ଓ ଜିଲ୍ଲାର ଅଗ୍ରଣୀ ଯୁବ ସଂଗଠନର ଯୁବକ ଯୁବତୀ ମାନେ ନୟାଗଡ଼ ଦୁର୍ଗାପ୍ରସାଦ ଠାରୁ ବାହାରି ପ୍ରାୟ ଚାରି କିମି ମାରା ରାଥନରେ ଅଂଶଗ୍ରହଣ କରି ନୟାଗଡ଼ ଜଗନ୍ନାଥ ମନ୍ଦିର ନିକଟରେ ପହଂଚିଥିଲେ। ସବୁଜ ପୃଥ‌ିବୀ ଯିବା ଆଗରୁ ଆମକୁ ସବୁଜିମାମୟ ପୃଥବି ଗଢ଼ିବା ବାର୍ତା ନେଇ ଏହି ମାରାଥନ ଅନୁଷ୍ଠିତ ହୋଇଥିଲା। ଏହି ମାରାଥନକୁ ସକାଳେ ମୁଖ୍ୟ ଅତିଥ୍ ଭାବେ ରାଜ୍ୟର ଅତିରିକୁ ପୋଲିସ ଡିଜି ସଂଜୀବ ପଣ୍ଡା ଯୋଗଦେଇ ସବୁଜ ପତାକା ଦେଖାଇ ମାରାଥନର ଶୁଭାରମ୍ଭ କରିଥିଲେ। ଏହାପରେ ନୟାଗଡ଼ ଜଗନ୍ନାଥ ମନ୍ଦିର ସ୍ଥିତ କବି ଯଦୁମଣି ମଣ୍ଡପ ଠାରେ ଯୁବ ଦିବସ ପାଳିତ ହୋଇଥିଲା।

ଏଥିରେ ସେବା ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଅତିରିକ୍ତ ପୋଲିସ ଡିଜି ସଂଜୀବ ପଣ୍ଡା, ଜିଲ୍ଲା ଆଇନ ସେବା ପ୍ରାଧୂକରଣ ସଚିବ ଅଞ୍ଜଳି ମଛଖଣ୍ଡ, ସାମାଜିକ କର୍ମୀ ସନ୍ତୋଷ ପ୍ରଧାନ, ଯୁବଉଦ୍ୟୋଗୀ ଚନ୍ଦନ କୁମାର ସାହୁ, ସୁନାଖଳା ସରପଞ୍ଚ ଚିତ୍ତରଂଜନ ପ୍ରଧାନ,ସାମାଜିକ କର୍ମୀ ବିଜୟ ପଣ୍ଡା, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଅଜନ୍ମା ସୁଜ ରାଜ୍ୟ ମୁଖ୍ୟ ଅମରେଶ ପ୍ରସାଦ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ। ସଭାକୁ ଯୁବ ସାମ୍ବାଦିକ ଜୟନ୍ଦ୍ର ବେହେରା ପରିଚାଳନା କରିଥିଲେ।

କାର୍ଯ୍ୟକ୍ରମରେ ବିବେକାନନ୍ଦଙ୍କ ଆଦର୍ଶରେ ଛାତ୍ରଛାତ୍ରୀ ଅନୁପ୍ରାଣିତ ହୋଇଥିଲେ। ଉପସ୍ଥିତ ଅତିଥ୍‌ ମାନେ ବିବେକାନନ୍ଦଙ୍କ ଆଦର୍ଶରେ ଯୁବପିଢ଼ି ବ୍ରତୀ ହେବା ସହ ଦେଶ ମାତୃକାର ସେବା ପାଇଁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ। ସକାଳୁ ଶାରୀରିକ ବ୍ୟାୟାମ କରିବା ଦ୍ବାରା ଦେଶର ଯୁବ ସମାଜ ସୁସ୍ଥ ସମାଜ ହୋଇପାରିବ ବୋଲି ଅତିଥ୍‌ ମାନେ କହିଥିଲେ। ଦେଶର ଯୁବକ ମାନେ ଚାହିଁଲେ ଦେଶର ବିକାଶ ଧାରା ଅଧୂକ ତ୍ବରାନ୍ବିତ ହୋଇପାରିବ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା।

ଶେଷରେ ସମସ୍ତ ମାରାଥନ ଅଂଶଗ୍ରହଣକାରୀଙ୍କ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଏହାପରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହାଭାଗୀତାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୁବପିଢ଼ି ମତୁଆଲା ହୋଇଥିଲେ। ଆଜିର କାର୍ଯ୍ୟକ୍ରମକୁ ଦେବଦୂତ ସେବା ପରିଷଦ, ଅଜନ୍ମା ସୁଜ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସ୍ବେଛାସେବୀ ଓ କର୍ମକର୍ତା ମାନେ ପରିଚାଳନା କରିଥିଲେ।

ସେହିପରି ସୋମବାର ବିଳମ୍ବିତ ରାତ୍ରିରେ ଏହି କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଆୟୋଜିତ ସାଧାରଣ ସଭାର ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ, ଖଣ୍ଡପଡା ବିଧାୟକ ଦୁଷ୍ମନୁ ସ୍ବାଇଁ, ଜିଲ୍ଲା ପରିଷଦ ଅଧକ୍ଷ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ମୁନିସିପାଲିଟି ପୌରାଧ୍ଯକ୍ଷା ନିରୁପମା ଖଟେଇ ପ୍ରମୁଖ ଅତିଥ୍ ଯୋଗଦେଇଥିଲେ । ସାମ୍ବାଦିକ ଜୟନ୍ଦ୍ର ବେହରା ସଭା ସଂଚାଳନ କରିଥିବା ବେଳେ ସେବା ସମିତି ସଦସ୍ୟ, ସୁନୀଲ କୁମାର ନାୟକ, ଗୁଲସନ ଦାସ, ପରମେଶ୍ବର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥ୍‌ ମାନେ ଯୁବ ଦିବସ ପାଳନର ଅନୁଚିନ୍ତା ଓ ଜୀବପିଢ଼ିଙ୍କ ରାଷ୍ଟ୍ର ଗଠନରେ ଥିବା ଗୁରୁତ୍ବପୂର୍ଣ ଭୂମିକା ଦିଗରେ ଆଲୋଚନା କରିଥିଲେ। ପରେ ପରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହାଭାଗୀତରେ ବିଭିର୍ଣ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମ୍ବଲପୁରୀ, ଓଡିଶୀ ଓ ଦେଶପ୍ରେମ ସଂଗୀତରେ ଦର୍ଶକ ମାନେ ଶୀତୁଆ ସନ୍ଧ୍ୟାକୁ ଭରପୁର ଉପଭୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦେବଦୂତ ସେବା ସଂଗଠନର କର୍ମକର୍ତାଙ୍କ ସମେତ ସେବା ସମିତିର କର୍ମକର୍ତା ପ୍ରଶାନୁ ସାହୁ, ଅଶୋକ କୁମାର ଭଟ, ସୋମ୍ୟା ସ୍ବୟଂ ପ୍ରଭା, ସୁଭସ୍ମିତା ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *