
ନୟାଗଡ଼ (ଆମ ସରକାର) :- ମାଇଁ ଭାରତ ନୟାଗଡ଼ ଓ ସେବା ଉତ୍ସବ ସମିତି ପକ୍ଷରୁ ନୟାଗଡ଼ ସହରରେ ସହୀଦ ଦିବସ ପାଳିତ ହୋଇଯାଇଛି l ସହୀଦ ଭଗବତ ସିଂହ, ଶିବରାମ ରାୟଗୁରୁ ଓ ସୁଖଦେବ ଥାପୁର ଙ୍କ ବଳିଦାନ ଦିବସକୁ ସାରା ଭାରତରେ ସହୀଦ ଦିବସ ଭାବେ ପାଳନ କରାଯାଉଛି l ଏହି ଅବସରରେ ଆଜି ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ଏକ ପଦଯାତ୍ରା ବାହାରି ନୟାଗଡ଼ ସହର ପରିକ୍ରମା କରିଥିଲା l ନୟାଗଡ଼ ତ୍ରିନାଥ ଛକ ସ୍ଥିତ ଗାନ୍ଧୀମୂର୍ତ୍ତି ଠାରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ସହୀଦଙ୍କ ଉଦେଶ୍ୟରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା l ହାତରେ କ୍ୟାଣ୍ଡେଲ ଓ ଜାତୀୟ ପତାକା ଧରି ଭାରତ ମାତାକି ଜୟ ନାରାରେ ନୟାଗଡ଼ ସହର ପ୍ରକମ୍ପିତ ହୋଇଥିଲା l

ସେବା ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ ଯୋଗଦେଇଥିବା ବେଳେ ବିଶିଷ୍ଠ ଅତିଥି ଭାବେ ନୟାଗଡ଼ ଉପଜିଲ୍ଲାପାଳ କର୍ଣ୍ଣଦେବ ସମ୍ମାଦର ଓ ନୟାଗଡ଼ ମୁନିସିପାଲିଟିର ପୌରାଧ୍ୟକ୍ଷା ନିରୁପମା ଖଟେଇ ପ୍ରମୁଖ ଯୋଗଦେଇ ପଦଯାତ୍ରାରେ ସାମିଲ ହୋଇଥିଲେ l ଅତିଥିମାନେ ଆଜିର ଦିବସର ଗୁରୁତ୍ୱ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ l ଆଜିର ଏହି କାର୍ଯ୍ୟକ୍ରମକୁ ସେବା ସମିତି ସଦସ୍ୟ ପ୍ରଶାନ୍ତ କୁମାର ସାହୁ ବର୍ଷା ପ୍ରିୟଦର୍ଶିନୀ, ଶୁଭସ୍ମିତା ମିଶ୍ର, ପରମେଶ୍ୱର ସାହୁ, ଉମାକାନ୍ତ ମହାପାତ୍ର, ଆଦିତ୍ୟ ପାଳ, ଦେବାଶିଷ ରାଉତ, ସୋମ୍ୟା ସ୍ୱୟଂପ୍ରଭା, ସୌମ୍ୟରଞ୍ଜନ ମହାନ୍ତି ଓ ଦେବଦୁତ୍ତ ସେବା ପରିଷଦର କର୍ମକର୍ତା ମାନେ ପରିଚାଳନା କରିଥିଲେ l
