ଜାତୀୟ ପାରା ସନ୍ତରଣ ଚାମ୍ପିୟନସିପ୍-୨୦୨୫ : ଓଡ଼ିଶା ପାରା କ୍ରୀଡ଼ାବିତ୍‌ମାନେ ଚମତ୍କାର ପ୍ରଦର୍ଶନ

Spread the love

ଭୁବନେଶ୍ୱର (ଆମ ସରକାର) : ହାଇଦ୍ରାବାଦରେ ଆୟୋଜିତ ହୋଇଥିବା ଜାତୀୟ ପାରା ସନ୍ତରଣ ଚାମ୍ପିୟନସିପ୍-୨୦୨୫ରେ ଓଡ଼ିଶା ପାରା କ୍ରୀଡ଼ାବିତ୍‌ମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଓଡ଼ିଶାର ପାରା ସନ୍ତରଣ ଦଳ ଏହି ପ୍ରତିଯୋଗିତାରେ ୮ଟି ସ୍ବର୍ଣ୍ଣ, ୧୮ଟି ରୌପ୍ଯ ଓ ୧୩ଟି କାଂସ୍ଯ ସର୍ବମୋଟ ୩୯ଟି ପଦକ ହାସଲ କରିଛନ୍ତି। ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଥିବା ପାରା ସନ୍ତରଣ ଦଳର କ୍ରୀଡ଼ାବିତ୍‌ମାନଙ୍କୁ ଆଜି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ସାକ୍ଷାତ କରି ଶୁଭେଚ୍ଛା ଜଣାଇଛନ୍ତି।“ପାରା କ୍ରୀଡ଼ାବିତ୍‌ମାନଙ୍କ ଏହି ଚମତ୍କାର ପ୍ରଦର୍ଶନ ଓଡ଼ିଶାର ସମସ୍ତ କ୍ରୀଡ଼ାବିତ୍‌ମାନଙ୍କ ପାଇଁ ପ୍ରେରଣାର ଉତ୍ସ। ଜାତୀୟ ସ୍ତରରେ ଓଡ଼ିଶା ପାଇଁ ସୁନାମ ଅର୍ଜନ କରିଥିବାରୁ ଆମେ ସମସ୍ତେ ଗର୍ବିତ। ଆଗାମୀ ଦିନରେ ମଧ୍ୟ ଆୟୋଜିତ ହେବାକୁ ଥିବା ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରୀୟ ପ୍ରତିଯୋଗିତା ମାନଙ୍କରେ ଓଡ଼ିଶାର ପାରା କ୍ରୀଡ଼ାବିତ୍‌ମାନେ ଉତ୍କୃଷ୍ଟ ପ୍ରଦର୍ଶନ ମାଧ୍ୟମରେ ରାଜ୍ୟ ପାଇଁ ଗୌରବ ଅର୍ଜନ କରିବେ”, ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି।

Leave a Reply

Your email address will not be published. Required fields are marked *