ପୀତବାସ ପଣ୍ଡା ହତ୍ୟା ଘଟଣା: ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ୫ ଜଣଙ୍କ ଜାମିନ ଖାରଜ

Spread the love

ଭୁବନେଶ୍ୱର (ଆମ ସରକାର ):- ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ମଙ୍ଗଳବାର ମୁଖ୍ୟ ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ସମେତ ୫ ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ସ୍ଥାନୀୟ ଏଡିଜେ-୩ କୋର୍ଟ ଖାରଜ କରିଛନ୍ତି । ଗତ ଅକ୍ଟୋବର ୬ ତାରିଖ ରାତିରେ ପୀତବାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ପୋଲିସ ଅକ୍ଟୋବର ୨୨ ତାରିଖରେ ପ୍ରଥମ ପର୍ଯ୍ୟାୟରେ ବିକ୍ରମ ପଣ୍ଡା ଓ ପୂର୍ବତନ ମେୟର ଶିବଶଙ୍କର ଦାସଙ୍କ ସହିତ ୧୨ ଜଣଙ୍କୁ ଗିରଫ କରିଥିଲା ବ୍ରହ୍ମପୁର ପୋଲିସ ।

ପୂର୍ବତନ ମେୟର ଶିବ ଶଙ୍କର ଦାଶ, ମଦନ ମୋହନ ଦଳାଇ, ସୁନିଲ ହୋତା ଏବଂ ଶୂନ୍ୟ ଦାସଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି କୋର୍ଟ । ଏ ନେଇ ସୂଚନା ଦେଇଛନ୍ତି ପୀତବାସଙ୍କ ଓକିଲ କାଳିଚରଣ ମିଶ୍ର। ଗତ ଶୁକ୍ରବାର ଜାମିନ ଆବେଦନର ଶୁଣାଣି ହୋଇଥିଲା । ବିକ୍ରମଙ୍କ ପକ୍ଷରୁ ଯୁକ୍ତି ରଖାଯାଇଥିଲା ଯେ ଗ୍ରାଉଣ୍ଡ୍ ଅଫ୍ ଆରେଷ୍ଟ ଦେଖିବାକୁ ସୁଯୋଗ ଦିଆଯାଇନଥିବା ଅଭିଯୋଗ କରାଯାଇଥିଲା ଓ ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ତଥ୍ୟ ପ୍ରମାଣ ନ ଥିବା ଦର୍ଶାଯାଇଥିଲା । ଆଜି ଦୁଇ ପକ୍ଷଙ୍କ ଅନେକ ଯୁକ୍ତି ପରେ କୋର୍ଟ ଜାମିନ ଆବେଦନ ଖାରଜ କରିଛନ୍ତି।

Leave a Reply

Your email address will not be published. Required fields are marked *