Press Meet State Bjp President: ନୂଆପଡ଼ାରେ ମେଡିକାଲ୍ କଲେଜ୍ କରିବୁ: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

Spread the love

ଉପନିର୍ବାଚନର ଶେଷ ଦିନରେ ନୂଆପଡ଼ାରେ ବିଜେପି (ଭାରତୀୟ ଜନତା ପାର୍ଟି) ରାଜ୍ୟ ସଭାପତି ମନମୋହନ ସାମଲ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି, ବିଜେପି ସରକାର ଯେଉଁସବୁ ପ୍ରତିଶ୍ରୁତି ଦେଇଛି, ତାହା ପାଳନ କରିଛି। ଆମେ ସରକାରକୁ ଆସିବା ପରେ ନୂଆପଡ଼ାବାସୀଙ୍କୁ ଅନେକ ସହାୟତା ଦେଇଛୁ। ବିକାଶର ଆଗଧାଡ଼ିରେ ରହିବ ନୂଆପଡ଼ା।

 ବେଇମାନ୍, ଭୋଟ୍ ଚୋରି ଭଳି ଅପଶବ୍ଦର ମୁଁ କଡ଼ା ଭାଷାରେ ନିନ୍ଦା କରୁଛି: ମନମୋହନ ସାମଲ

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆହୁରି କହିଛନ୍ତି, ଆମ ସରକାର ଖରିଆର ରୋଡ ଏନଏସିକୁ ମ୍ୟୁନିସିପାଲଟି ଭାବେ ଘୋଷଣା କରିଛନ୍ତି। ନୂଆପଡ଼ାରୁ ଘାଟିପଡ଼ାକୁ ୪ ଲେନ୍ ବିଶିଷ୍ଟ ରାସ୍ତା ହେବ। ନୂଆପଡ଼ା-ବରଗଡ଼ ରେଲଲାଇନ ୪ ଲେନ୍ ବିଶିଷ୍ଟ ହେବ। ନୂଆପଡ଼ାରେ ଷ୍ଟାଡିୟମ୍ ନିର୍ମାଣ ଲାଗି ପ୍ରତିଶ୍ରୁତି ଦେଇଥିଲୁ, ନୂଆ ଷ୍ଟାଡିୟମ୍ ଲାଗି ଶିଳାନ୍ୟାସ କରାଯାଇଛି। ଖୁବ୍ ଶୀଘ୍ର ନିର୍ମାଣ କାମ ଆରମ୍ଭ ହେବ। ନୂଆପଡ଼ାରେ ମେଡିକାଲ୍ କଲେଜ୍ କରିବୁ। ଏଥିଲାଗି କେନ୍ଦ୍ର ସରକାର ସବୁଜ ସଂକେତ ଦେଇସାରିଛନ୍ତି। ତେଣେ ନୂଆପଡ଼ାରେ ଫିସେରି କଲେଜ୍ ପ୍ରତିଷ୍ଠା କରାଯିବ। ନୂଆପଡ଼ାର ୪୫ ହଜାର ୮୦୦ ଚାଷୀ ଇନପୁଟ୍ ସହାୟତା ପାଇଛନ୍ତି। ଠିକ୍‌ ସେହିପରି ୭୫ ହଜାର ମା ଭଉଣୀଙ୍କୁ ସୁଭଦ୍ରା ଯୋଜନାରେ ଆମ ସରକାର ଉପକୃତ କରିଛନ୍ତି। ୧୪୨୧ କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରିସାରିଛୁ। ନୂଆପଡ଼ାରେ ହେବ ମାଛର ହବ୍। ବେଇମାନ୍, ଭୋଟ୍ ଚୋରି ଭଳି ଅପଶବ୍ଦର ମୁଁ କଡ଼ା ଭାଷାରେ ନିନ୍ଦା କରୁଛି।

ଆହୁରି ପଢ଼ନ୍ତୁ: Accident 2 Death: ପ୍ରାତଃଭ୍ରମଣ କରୁଥିବା ବୃଦ୍ଧଙ୍କୁ ଧକ୍କା ଦେଲା ବାଇକ୍, ବୃଦ୍ଧଙ୍କ ସହ ବାଇକ ଚାଳକ ମୃତ


ନବୀନ ବାବୁ ପାଞ୍ଚ ଥର ନୂଆପଡ଼ା ଆସିଲେ ବି କିଛି ଫରକ୍ ପଡ଼ିବନି। ନୂଆପଡ଼ାବାସୀ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ସପକ୍ଷରେ ଅଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର ଓ ବରିଷ୍ଠ ନେତା ବସନ୍ତ ପଣ୍ଡା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *