ରାଜସୁନାଖଳ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ସତର୍କତା ସଚେତନତା କାର୍ଯ୍ୟକ୍ରମ

Spread the love

ନୟାଗଡ (ଆମ ସରକାର):- ବ୍ୟାଙ୍କ ଅଫ୍ ଇଣ୍ଡିଆ ଭୁବନେଶ୍ଵର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ନୟାଗଡ ଜିଲ୍ଲାର ରାଜସୁନାଖଳା ସୁରୁକାବାଡ଼ି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ  “ ସତର୍କତା ଆମର ଭାଗିଦାରୀ ଦାୟିତ୍ବ” ସମ୍ପର୍କୀତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ଜନତାଙ୍କୁ ସୁରକ୍ଷିତ ଆର୍ଥିକ ଅଭ୍ୟାସ ସମ୍ପର୍କରେ ଅବଗତ କରାଇବା, ଅନ୍‌ଲାଇନ୍ ଠକେଇକୁ ରୋକିବା ଏବଂ ବ୍ୟାଙ୍କିଙ୍ଗ୍‌ରେ ସଚ୍ଚୋଟତା ଓ ସ୍ଵଚ୍ଛତାକୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ।

ଏହି ଅବସରରେ ବ୍ୟାଙ୍କରଭୁବନେଶ୍ୱର ଅଞ୍ଚଳର ଉପ-ମହାପ୍ରବନ୍ଧକ ତଥା ଆଞ୍ଚଳିକ ମୁଖ୍ୟ ବିଜୟ କୁମାର ମଲିକ, ନୟାଗଡ ଜିଲ୍ଲାର ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ ଲୋହିତ ନନ୍ଦ, ବ୍ଲକ୍ ପ୍ରୋଜେକ୍ଟ ମ୍ୟାନେଜର ଝୁନୁ ମିଶ୍ର, କାସନ୍ଦା ସରପଞ୍ଚ କୃଷ୍ଣଚନ୍ଦ୍ର ସାମନ୍ତରାୟ, ସୁର୍କାବାଡି ସରପଞ୍ଚ ସୁନିତା ମହାପାତ୍ର, ବ୍ୟାଙ୍କ ଅଫ୍ ଇଣ୍ଡିଆ ରାଜସୁନାଖଳା ଶାଖାର ଶାଖା ପ୍ରବନ୍ଧକ ଦିବାକର ସାମନ୍ତରାୟ ଏବଂ ସନାତନ ମେମୋରିଆଲ କଲେଜ, ସୁର୍କାବାଡିର ପ୍ରିନ୍ସିପାଲ ସହଦେବ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ଦୁର୍ନୀତି ମୁକ୍ତ ସମାଜ ଗଠନ ଆମର ମୂଳ ଲକ୍ଷ୍ୟ ହେଲେ ଦେଶର ପ୍ରଗତି ସମ୍ଭବ ହୋଇପାରିବ ବୋଲି ଆଞ୍ଚଳିକ ମୁଖ୍ୟ ଶ୍ରୀ ମଲିକ କହିଥିଲେ। କାର୍ଯ୍ୟକ୍ରମ ଅବସରରେ କର୍ମଚାରୀ ଏବଂ ଅଧିକାରୀମାନେ ନାଗରିକମାନଙ୍କୁ ଦାୟିତ୍ଵପୂର୍ଣ୍ଣ ଓ ସୁରକ୍ଷିତ ବ୍ୟାଙ୍କିଙ୍ଗ୍ ଅଭ୍ୟାସ କରିବାକୁ ପ୍ରୋତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ।

ସାମ୍ୱାଦିକ – ସତ୍ୟ ନାରାୟଣ ବେହେରା, ନୟାଗଡ

Leave a Reply

Your email address will not be published. Required fields are marked *