ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା, ଜଣେ ମୃତ, ୪ ଗୁରୁତର

Spread the love

ନୟାଗଡ (ଆମ ସରକାର): ଖୋର୍ଦ୍ଧା ବଲାଙ୍ଗୀର ଜାତୀୟରାଜପଥରେ ମର୍ମତୁଦ ସଡ଼କ ଦୁର୍ଘଟଣା। ଦଶପଲ୍ଲା ଥାନା କୁଅଁରିଆ ନିକଟରେ ସିରିଜ୍ ଦୁର୍ଘଟଣା। ଜଣେ ମୃତ , ୪ ଗୁରୁତର। ଆଇଚର୍ ଏବଂ ପିକ୍ଅପ୍ ଭ୍ଯାନ୍ ମୁହାଁମୁହିଁ ଧକ୍କା ପରେ ଦୁର୍ଘଟଣାଗ୍ରସ୍ତ ଆଇଚରକୁ ପିଟିଲା ବାଇକ। ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ସେ ପୁରୁଣାକଟକର ଅମିତ ବାଘ ବୋଲି ଜଣାପଡ଼ିଛି। ଆଇଚର ଗାଡ଼ିଟି କେନ୍ଦୁପତ୍ର ଲୋଡ୍ କରି କଲିକତା ଅଭିମୁଖେ ଯାଉଥିବାବେଳେ କୁଆଁରିଆ ଛକ ନିକଟରେ ବିପରିତ ଦିଗରୁ ଆସୁଥିବା ଏକ ପିକ୍ଅପ୍ ଭ୍ଯାନ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ସେହି ସମୟରେ ବୌଦ୍ଧ ଜିଲ୍ଲା ପୁରୁଣାକଟକର ଅମିତ୍ ବାଘ ଏବଂ ଅନ୍ଯ ଜଣେ ବାଇକରେ ଆସି ଆଇଚର୍ ଗାଡିକୁ ଧକ୍କା ଦେଇଥିଲେ । ଫଳରେ ଘଟଣାସ୍ଥଳରେ ଅମିତ୍ ବାଘଙ୍କ ମୃତ୍ଯୁ ହୋଇଥିଲା । ଆଇଚର୍ ଗାଡିର ଡ୍ରାଇଭର ଓ ହେଲପର୍ ସମେତ ପିକ୍ଅପ୍ ଗାଡିର ଡ୍ରାଇଭର୍ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *