
ଭାପୁର (ଆମ ସରକାର ) ଜ୍ୟୋତିରଞ୍ଜନ ମହାରଣା :- ନୟାଗଡ ଜିଲ୍ଲାରେ ଭାପୁର ମାଟିର ଅସ୍ମିତା, କଳା, ସଂସ୍କୃତି, ଐତିହ ପରମ୍ପରାକୁ ସ୍ମରଣ ତଥା ଉଜୀବିତ କରିବା ପାଇଁ ବହୁ ପ୍ରତିକ୍ଷୀତ ଉତ୍କର୍ଷ ଭାପୁର ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା – ୨୦୨୬ ଆସନ୍ତା ବର୍ଷ ଜାନୁଆରୀ ୮ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ. ଏନେଇ ଶୁକ୍ରବାର ଦିନ ଭାପୁର ପୂର୍ତ୍ତ ବିଭାଗ ଡ଼ାକବଙ୍ଗଳା ପରିସରରେ ଉତ୍କର୍ଷ ଭାପୁର ମହୋତ୍ସବ କମିଟର ସଭାପତି ସ୍ଥାନୀୟ ବିଧାୟକ ଇଂ.ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ନିର୍ଦେଶକ୍ରମେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି. ପୂର୍ବତନ ସରପଞ୍ଚ ମାଟିଆ ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଗୟାଧର ପରିଡା, ବ୍ଲକ ପ୍ରତିନିଧି ତୋଫାନ କୁମାର ପ୍ରଧାନ, ବଡସହରା ସରପଞ୍ଚ ବ୍ରଜକିଶୋର ଆଳୁକ,ସରକାରୀ ଓକିଲ ମନୋଜ କୁମାର ମିଶ୍ର, ପୂର୍ବତନ ସରପଞ୍ଚ ଶରତ ସ୍ୱାଇଁ, କୃଷ୍ଣଚନ୍ଦ୍ର ସାହୁ,ଅପର୍ତ୍ତୀ ପ୍ରଧାନ, ସମାଜସେବୀ ରାଜକିଶୋର ପଣ୍ଡା, ନାରାୟଣ ମହାରଣା, ଶାଳପଡା ସରପଞ୍ଚ ସନ୍ତୋଷ କୁମାର ପଣ୍ଡା, କେନ୍ଦୁପଲ୍ଲୀ ସରପଞ୍ଚ ତାରେଶ୍ୱର ମାଝୀ, କରବର ସରପଞ୍ଚଙ୍କ ପ୍ରତିନିଧି ପ୍ରମୋଦ କୁମାର ସାହୁ, ସମିତି ସଭ୍ୟ ଦୀପକ କୁମାର ଜେନା, ପୂର୍ବତନ ସମିତି ସଭ୍ୟ ଭୀମସେନ ସାମଲ, ସୌମ୍ୟରଂଜନ ମହାପାତ୍ର, ସୋସିଆଲ ମିଡିଆ ସଭାପତି ଶଶୀଭୁଷଣ ରାଉତରାୟ, ଭାପୁର ପ୍ରେସ କ୍ଳବର ସଭାପତି ରଞ୍ଜନ କୁମାର ମହାପାତ୍ରଙ୍କ ସହ ଜନପ୍ରତିନିଧି, ସମାଜସେବୀ, ବୁଦ୍ଧିଜୀବୀ, ସାମ୍ବାଦିକ, ଯୁବକ, ସାମାଜିକ ଗଣମାଧ୍ୟମର ସଦସ୍ୟ ଓ ମହୋତ୍ସବ ପ୍ରେମୀ ଯୋଗଦେଇଥିଲେ. ଆଜିର ବୈଠକକୁ ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ କୁମାର ସାହୁ ସଂଯୋଜନା କରିଥିଲେ. ଉତ୍କର୍ଷ ଭାପୁର ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାକୁ ସମଗ୍ର ରାଜ୍ୟରେ ଏକ ନମ୍ବର କରିବା ପାଇଁ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଶ୍ରୀ ପରିଡ଼ା ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ. କମିଟିର ସମ୍ପାଦକ ଭାବେ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଶ୍ରୀ ପରିଡ଼ା, କୋଷାଧକ୍ଷ ଭାବେ ବ୍ଲକ ପ୍ରତିନିଧି ତୋଫାନ କୁମାର ପ୍ରଧାନ, ଉପସଭାପତି ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସାହୁ ଯୋଗଦେଇଥିଲେ।
