ଭୁବନେଶ୍ବର ଏଜି ଛକରୁ ହଟିବ ଟ୍ରାଫିକ ପୋଷ୍ଟ, OBCC ହେବ ପେପର ଲେସ

Spread the love

ଭୁବନେଶ୍ବର (ଆମ ସରକାର) :- ଭୁବନେଶ୍ବର ପ୍ରମୁଖ ଟ୍ରାଫିକ ପୋଷ୍ଟ ହେଉଛି ଏଜି ଛକ। ଏହି ଛକ ରାଜ୍ୟର ସମସ୍ତ ଭିଭିଆଇପିଙ୍କ ଯାତାୟତ ରୋଡ। କାରଣ ଏହି ଛକ ନିକଟରେ ରହିଲା ଲୋକସେବା ଭବନ, ଏଜି ଅଫିସ, ବିଧାନସଭା, ଏକନମ୍ବର ହାଟ, ରାଜଭବନ ପ୍ରମୁଖ ସ୍ଥାନ। ଫଳରେ ଏହି ଛକ ସବୁବେଳେ ଭିଡ ପରିଲକ୍ଷିତ ହୋଇଥାଏ।

ଏ ନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ ଏ ନେଇ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଉଛି। ଏହି ଛକରେ ମାଟି ତଳେ ଓ ଉପରେ ଦୁଇ ଥାକିଆ ରାସ୍ତା ନିର୍ମାଣ ହେବ। ରାଜଭବନ ଆଡୁ ଯେଉଁମାନେ ଆସିବେ ସେମାନେ ଅଣ୍ଡର ଗ୍ରାଉଣ୍ଡ ରାସ୍ତାରେ ସିଧା କଳ୍ପନା ଆଡକୁ ବାହାରିବେ। ସେହିପରି କ୍ୟାପିଟାଲ ହସପିଟାଲରୁ ଯେଉଁମାନେ ଆସିବେ ସେମାନେ ଉପର ରାସ୍ତାରେ ଲୋକସେବା ଭବନ ଆଡକୁ ଯାଇପାରିବେ। ଏ ନେଇ ଚୁଡାନ୍ତ ରୂପରେଖ ପ୍ରସ୍ତୁତ ହୋଇ ନାହିଁ। ବିଭିନ୍ନ ଦିଗକୁ ପର୍ଯ୍ୟାଲୋଚନା କରାଯାଇ ଏହାର ନିଷ୍ପତି ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି କଳ୍ପନା, ଖଣ୍ଡଗିରି ଓ ଜୟଦେବ ବିହାରରୁ ନାଲ୍‌କୋ ପର୍ଯ୍ୟନ୍ତ ଏଲିଭେଟେଡ୍‌ କରିଡର୍‌ ନିର୍ମାଣ କରାଯିବ। ପ୍ରାରମ୍ଭିକ ଡିପିଆର ପ୍ରସ୍ତୁତ ହୋଇଥିବା କହିଛନ୍ତି ମନ୍ତ୍ରୀ ଶ୍ରୀ ପୃଥୀରାଜ ହରିଚନ୍ଦନ।
ଏସବୁ କାର୍ଯ୍ୟ OBCC ବା ଓଡିଶା ବ୍ରିଜ ଓ କନଷ୍ଟ୍ରକସନ କର୍ରପୋରେସନ ତଦାରଖ କରୁଛି। ତେବେ ଏହି OBCC କୁ ଖୁବ ଶିଘ୍ର ପେପର ଲେସ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ଏହି ଛକକୁ ଖୁବ ଶିଘ୍ର ନୂଆରୂପ ପ୍ରଦାନ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ ଏ ନେଇ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଉଛି। ଏହି ଛକରେ ମାଟି ତଳେ ଓ ଉପରେ ଦୁଇ ଥାକିଆ ରାସ୍ତା ନିର୍ମାଣ ହେବ। ରାଜଭବନ ଆଡୁ ଯେଉଁମାନେ ଆସିବେ ସେମାନେ ଅଣ୍ଡର ଗ୍ରାଉଣ୍ଡ ରାସ୍ତାରେ ସିଧା କଳ୍ପନା ଆଡକୁ ବାହାରିବେ। ସେହିପରି କ୍ୟାପିଟାଲ ହସପିଟାଲରୁ ଯେଉଁମାନେ ଆସିବେ ସେମାନେ ଉପର ରାସ୍ତାରେ ଲୋକସେବା ଭବନ ଆଡକୁ ଯାଇପାରିବେ।

Leave a Reply

Your email address will not be published. Required fields are marked *