ନୟାଗଡ଼ରେ ସରକାରୀ ଓକିଲମାନଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Spread the love


ନୟାଗଡ଼, 22/3: ନୟାଗଡ଼ ଜିଲ୍ଲା ସରକାରୀ ଓକିଲମାନଙ୍କ ପାଇଁ ଏକ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ପୋଲିସ ଟ୍ରେନିଂ ସ୍କୁଲ (PTS) ସମ୍ମିଳନୀ କକ୍ଷରେ ସଫଳତାର ସହ ଅନୁଷ୍ଠିତ ହୋଇ ଯାଇଛି। 21 ଓ 22 ମାର୍ଚ୍ଚରେ ଆୟୋଜିତ ଏହି ଶିବିରରେ ଜିଲ୍ଲାର ବହୁ ସଂଖ୍ୟକ ସରକାରୀ ଓକିଲ ଯୋଗଦେଇ ନୂତନ ଆଇନ ଓ କାର୍ଯ୍ୟଧାରା ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ। ଶିବିରର ପ୍ରଥମ ଦିବସକୁ ମାନ୍ୟବର ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ। ସରକାରୀ ଓକିଲମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି କ୍ଷେତ୍ରରେ ଏଭଳି ପ୍ରଶିକ୍ଷଣର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ସାଧାରଣ ଅଭିଯୋଜନ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଅମିତ କୁମାର ପଟ୍ଟନାୟକ ଯୋଗଦେଇ ନୂତନ ଆଇନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପନିର୍ଦ୍ଦେଶକ କାମିନୀକାନ୍ତ ମହାପାତ୍ର NDPS ଆଇନ, ପ୍ରଦୀପ ଦାସ ଫୌଜଦାରୀ ମାମଲା ପରିଚାଳନା ଏବଂ ବରିଷ୍ଠ ଓକିଲ ଦୀପକ କୁମାର ଦାସ ସ୍ୱାସ୍ଥ୍ୟ ପରିଚାଳନା ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସରକାରୀ ଅଭିଯୋଜକ (P.P.) ରାକେଶ କୁମାର ପୋଦ୍ଦାର ନୂତନ ଆଇନର କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ଦେଇଥିଲେ।

ଦ୍ୱିତୀୟ ଦିବସରେ ବୈଜ୍ଞାନିକ ତଥ୍ୟ ଓ ପ୍ରମାଣ ସଂଗ୍ରହ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲା ବୈଜ୍ଞାନିକ ଅଧିକାରୀ ଲକ୍ଷ୍ମୀଧର ନାୟକ ସାକ୍ଷ୍ୟ ପ୍ରମାଣ ସଂଗ୍ରହ ଏବଂ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜର ପ୍ରଫେସର ଡାକ୍ତର ଅମରେନ୍ଦ୍ର ନାୟକ ଚିକିତ୍ସା ବିଜ୍ଞାନ ସମ୍ବନ୍ଧୀୟ ତଥ୍ୟ ଉପରେ ଆଲୋକପାତ କରିଥିଲେ। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜ୍ୟୋତିରଞ୍ଜନ ସାମନ୍ତରାୟ ସାଇବର ଅପରାଧ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ପୋଲିସ ଟ୍ରେନିଂ ସ୍କୁଲର ଅଧ୍ୟକ୍ଷ ଭବେଶ କୁମାର ନାୟକ ସରକାରୀ ଓକିଲମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ଉପରେ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ସହକାରୀ ନିର୍ଦ୍ଦେଶକ ପ୍ରତାପ ଚନ୍ଦ୍ର କର, ରମେଶ ଚନ୍ଦ୍ର ମହାନ୍ତି, ଆକାଶ ଦାସ, ପ୍ରୀତିପ୍ରିୟଦର୍ଶିନୀ ପଟ୍ଟନାୟକ, ପ୍ରଶାନ୍ତ କୁମାର ସାହୁ ଏବଂ ସୁରେନ୍ଦ୍ର କୁମାର ଶତପଥୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *