ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡରେ ବନ୍ୟାଞ୍ଚଳ ବନାଗ୍ନି ନିରାକରଣ ପାଇଁ ସଚେତନତା ଶିବିର ଆୟୋଜିତ ହୋଇଯାଇଛି। ବନ ବିଭାଗ ଅଧିକାରୀ ବିଶ୍ଵରାଜ ପଣ୍ଡାଙ୍କର ନିର୍ଦ୍ଦେଶ କ୍ରମେ ନୂଆଗାଁ ବ୍ଳକର ବନ୍ୟାଞ୍ଚଳ ବନାଧିକାରୀଙ୍କ କାର୍ଯ୍ୟାଳୟଠାରେ ଏହି ସଚେତନତା ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ବିଧାୟକ ଚକ୍ରମଣି କହଁର ଯୋଗ ଦେଇଥିଲେ। ଏହାସହିତ ସମ୍ମାନିତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା, ବରେଣ୍ୟ ଅତିଥିଭାବେ ବାଲିଗୁଡା ଉପଖଣ୍ଡ ବନ ଅଧିକାରୀ ବିଶ୍ଵରାଜ ପଣ୍ଡା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବନାଧିକାରୀ ରମାକାନ୍ତ କହଁର କନ୍ଧମାଳ ଜିଲ୍ଲା ତଥା ଏଠାକାର ଜଙ୍ଗଲ ପାହାଡ ଓ ଅରଣ୍ୟର ଗୋଟିଏ ସ୍ବତନ୍ତ୍ର ପରିଚୟ ଥିବାବେଳେ ବିଭିନ୍ନ କାରଣରୁ ନିଆଁ ଲାଗିବା ବଡ଼ ଦୁଖଦ ବିଷୟ ହୋଇଥିବା କହିଥିଲେ। ସେହିପରି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ଶ୍ରୀ ଚକ୍ରମଣି କହଁର ବନାଗ୍ନି ନିରାକରଣ ଉପରେ ସଚେତନତା ବାର୍ତ୍ତା ଦେଇଥିଲେ।
ଉପଖଣ୍ଡ ବନାଧିକାରୀ ବିଶ୍ବରାଜ ପଣ୍ଡା ଜଙ୍ଗଲ ଦ୍ବାରା ପ୍ରାକୃତିକ ସୌନ୍ଦର୍ଯ୍ୟ, ଜଳସ୍ତର, ଜଳବାୟୁ ଋତୁ ପରିବର୍ତ୍ତନର ସ୍ବଭାବିକତା ସହିତ କନ୍ଧମାଳକୁ ଓଡ଼ିଶାର କାଶ୍ମୀର କୁହାଯାଏ ଆଦି ପ୍ରସଙ୍ଗରେ ଆଲୋକପାତ କରିଥିଲେ। ସେହିପରି ସାରଙ୍ଗଡ ସରପଞ୍ଚ ବରୁଣ କହଁର, ବ୍ଳକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା, ବଣ୍ଡଗୁଡା ସରପଞ୍ଚ ସଞ୍ଜୟ ପ୍ରଧାନ,କଡୁତୁଲି ସରପଞ୍ଚ ଓ ସମସ୍ତ ସମିତି ସଭ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ବନ ବିଭାଗ ଦ୍ବାରା କରାଯାଉଥିବା ବନୀକରଣକୁ ରକ୍ଷା କରିବା ଆମ୍ଭ ସମସ୍ତଙ୍କ ଦାୟୀତ୍ବ ବୋଲି କହି ନିଆଁ ନଲଗାଇବାକୁ ସର୍ବସାଧାରଣଙ୍କୁ ଅନୁରୋଧ କରିଥିଲେ। ଏହି ଅବସରରେ ବେଲଘର ବନାଧିକାରୀ ଡି. ସୁବାଷ ପାହାଡ, ପର୍ବତ, ଜଙ୍ଗଲ ଆଗାମୀ ପିଢ଼ି ପାଇଁ ସାଇତିରଖିବାକୁ କହି ଜଙ୍ଗଲର ସୁରକ୍ଷା ଦିଗରେ ସମସ୍ତଙ୍କୁ ସଚେତନ କରାଇଥିଲେ। ଏହି ଅବସରରେ ବନପାଳ ସନ୍ତୋଷ କୁମାର ସେନାପତି, ସୁଶାନ୍ତ ବିଶ୍ରବା, ବନରକ୍ଷୀ ଧର୍ମେନ୍ଦ୍ର ଡିଗଲ,ପୁରପିଗା ମଲ୍ଲିକ, ସୁବ୍ରତ ଡାକୁଆ, ଅରୁଣ ଡାକୁଆ (ଡିଓ) , ସୁଦର୍ଶନ ବେହେରା ,ସୁଜିତ ସାହୁ,ବିରୁପାକ୍ଷ କହଁର ବ୍ରଜେନ୍ଦ୍ର ପାତ୍ର, ବିଜୟ ପୂଜାରୀ ସମେତ ବହୁ ବୁଦ୍ଧିଜିବୀ ଜ୍ଞାନିଗୁଣୀ, ସ୍ବୟଂ ସହାୟକ ଗୋଷ୍ଠୀ ସଭ୍ୟା ଓ ସର୍ବସାଧାରଣ ପ୍ରମୁଖ ଉପସ୍ଥିତ ରହିଥିଲେ।