ଭୁବନେଶ୍ୱର : ସୋମବାର ପୌଷପୂର୍ଣ୍ଣମୀ ଅବସରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି କରାଯିବ ଭୋଗମଣ୍ଡପ ନୀତି ବଢିବା ପରେ ବଡୁ ସେବାୟତମାନେ ତୀର୍ଥପୁଷ୍କରିଣୀ ବିନ୍ଦୁସାଗରରୁ ୧୦୮ ଗରା ପାଣି ଉତ୍ତୋଳନ କରି ମନ୍ଦିରକୁ ଆଣିବେ ବେହେରଣ ମଣ୍ଡପରେ ପୂଜାପଣ୍ଡାଙ୍କ ଦ୍ଵାରା ଅଧିବାସ କରାଯିବା ପରେ ଅଭିଷେକ ନୀତି ବଢି ଠାକୁରଙ୍କୁ ବେଶ ଓ ଭାଗ ଲାଗି ହେବ। ଶ୍ରୀଜିଉଙ୍କ ସ୍ନାନ କରାଇ ରାଜ ରାଜେଶ୍ବର ବେଶରେ ସଜାଇ ଦିଆଯିବା ପରେ ମାଆ ପାର୍ବତୀଙ୍କୁ ଧଳାଛତା ସହିତ ଶ୍ରୀଲିଙ୍ଗରାଜଙ୍କ ନିକଟକୁ ବିଜେ କରାଯିବ । ସେହିପରି ସଂନ୍ଧ୍ୟା ଧୂପ ପରେ ମକର ନୀତିର ଆଦ୍ୟ ପର୍ବ ନବାଙ୍କ ବେଢା ଆରମ୍ଭ ହେବ। ସେବାୟତମାନେ ମେଘଡମ୍ବରୁ ଶୋଭାଯାତ୍ରା ସହ ସାମନ୍ତରାଙ୍କ ଘରକୁ ଯାଇ କ୍ଷୀର ଆଣିବେ। ସେହି କ୍ଷୀର କୁ ଆଉଟା ଯାଇ ସଂରକ୍ଷଣ କରାଯିବ।ସଂକ୍ରାନ୍ତିରେ କ୍ଷୀରକୁ ବ୍ୟବହାର କରି ମକର ପ୍ରସ୍ତୁତ ହୋଇ ଦିଅଁଙ୍କ ଠାରେ ଲାଗିହେବ ବୋଲି ନୀତି ସୁପରଭାଇଜର ରାଜକିଶୋର ମହାପାତ୍ର ଓ ବଡୁ ସେବାୟତ ମୌସମ ବଡୁ ସୂଚନା ଦେଇଛନ୍ତି।