ଭୁବନେଶ୍ୱର : ଖୋଲିବ ପ୍ରବାସୀ ଭାରତୀୟ ଦିବସ ପ୍ରଦର୍ଶନୀ । ୮ ତାରିଖରୁ ଜନତା ମୈଦାନରେ ଆରମ୍ଭ ହୋଇଥିବା ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ ପ୍ରଦର୍ଶନୀ ଏବେ ସାଧାରଣ ଲୋକଙ୍କ ପାଇଁ ଖୋଲା ଗଲା । ଏନଆରଆଇଙ୍କ ବ୍ୟତୀତ ସାଧାରଣ ଲୋକ ମଧ୍ୟ ଏହି ପ୍ରଦର୍ଶନୀର ମଜା ଉଠାଇ ପାରିବେ । ତିନିଦିନ ଧରି ଚାଲିଥିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀକୁ ଉଦଘାଟନ କରିଥିଲେ। ଗତକାଲି ଉଦଯାପିତ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ବିଶ୍ବର ୨୪ ରାଷ୍ଟ୍ରର ୨୭ ଜଣ ସଫଳ ପ୍ରବାସୀଙ୍କୁ ‘ପ୍ରବାସୀ ଭାରତୀୟ ସମ୍ମାନ’ରେ ସମ୍ମାନିତ କରିଥିଲେ। ପ୍ରବାସୀ ଭାରତୀୟ ଦିବସ ସମାରୋହର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ଭାବେ ପ୍ରବାସୀ ଓଡ଼ିଆଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଓଡ଼ିଶାର ବିକାଶ ପାଇଁ ଏବେ ଡବଲ ଇଞ୍ଜିନ୍ ସରକାର ଚାଲୁଛି । କିନ୍ତୁ ତୃତୀୟ ଇଞ୍ଜିନ ଭାବେ ପ୍ରବାସୀ ଇଞ୍ଜିନ ଯୋଡ଼ି ହୋଇଛି । ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଓଡ଼ିଶାର ଯାତ୍ରାରେ ସାମିଲ ହେବାକୁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଥିଲେ । ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ କରାଯିବ । ରାଜ୍ୟ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଏହାର ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବ । କେନ୍ଦ୍ର ସରକାରଙ୍କ ସହଯୋଗରେ ଆଗାମୀ ଦିନରେ କୁଏତ ଓ କତାର ଭଳି ଦେଶକୁ ମଧ୍ୟ ବିମାନ ଚଳାଚଳ ପାଇଁ ବିଚାର କରାଯାଉଛି ।