ଭୁବନେଶ୍ୱର, ତା ୩/୯ (ବୁ୍ୟରୋ): ଆୟ ବିର୍ହିଭୁତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସ ମଙ୍ଗଳବାର ଅନୁଗୋଳ ତାଳଚେରର ଖଣି ଉପନିଦେ୍ର୍ଦଶକ (ଡିଡିଏମ)ଙ୍କୁ ଗିରଫ କରିଛି । ଗିରଫ ଖଣି ଉପନିଦେ୍ର୍ଦଶକ ହେଉଛନ୍ତି ଧରଣୀଧର ନାୟକ । ଆୟ ବର୍ହିଭୁତ ସମ୍ପତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଖଣି ଉପନିଦେ୍ର୍ଦଶକଙ୍କ ଘରେ ସୋମବାର ଚଢ଼ଉ କରାଯାଇଥିଲା । ଧରଣୀଧର ନିଜ ଆୟ ଠାରୁ ୫ଶହ ପ୍ରତିଶତ ଅଧିକ ଅର୍ଥ ଓ ସମ୍ପତି ଠୁଳ କରିଥିବା ନେଇ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ବେଳେ ଜଣାପଡ଼ିଥିଲା । ତେବେ ଏତେମାତ୍ରାର ସମ୍ପତି ଖଣି ଉପନିଦେ୍ର୍ଦଶକ କିପରି ଠୁଳ କଲେ ସେ ନେଇ ଭିଜିଲାନ୍ସ ଅଧିକାରୀଙ୍କ ପ୍ରଶ୍ନର ଉତର ସଠିକ ଭାବେ ଦେଇ ନ ପାରିବା ଏବଂ ଗଚ୍ଛିତ ଅର୍ଥର ହିସାବ ନ ଦେବାରୁ ତାଙ୍କୁ ମଙ୍ଗଳବାର ଗିରଫ କରାଯାଇଛି । ଏନେଇ ଭିିଜଲାନ୍ସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଗିରଫ ଧରଣୀଧରଙ୍କୁ ମଙ୍ଗଳବାର କୋର୍ଟଚାଲାଣ କରାଯାଇଥିବା ବେଳେ ଏନେଇ କଟକ ସ୍ଥିତ ଭିଜିଲାନ୍ସ ଥାନାରେ ତାଙ୍କ ବିରୋଧରେ ମାମଲା ନଂ ୨୫/୨୦୨୪ ରୁଜୁ କରାଯାଇଛି ।
ସୂଚନାଥାଉ କି, ଭିଜିଲାନ୍ସ ପକ୍ଷରୁ ଧରଣୀଧରଙ୍କ ଘରେ ଚଢ଼ଉ କରାଯିବା ସମୟରେ ତାଙ୍କ ନିକଟରେ ଦୁଇଟି ବହୁତଳ ପ୍ରାସାଦ ବିଶିଷ୍ଟ ଘର, ୧ କୋଟି ୩୦ ଲକ୍ଷ ଟଙ୍କାର ଏକ ଥ୍ରୀ ବିଏଚକେ ଫ୍ଲାଟ, ଭୁବନେଶ୍ୱରରେ ୧୮ଶହ ସ୍କ୍ରୋୟାର ଫୁଟ ଅଚଳରେ ପରିବ୍ୟାତ ଡୁପ୍ଲେକ୍ସ ଘର, ୨ଟି ମାର୍କେଟ କମ୍ପ୍ଲେକ୍ସ,୧୧ଟି ପ୍ଲଟ, ୫୩ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର ବ୍ୟାଙ୍କ ଜମା, ନଗଦ ୯ ଲକ୍ଷ ୮୫ ହଜାର ଟଙ୍କା, ୫୪ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର ଘରୋଇ ଉପକରଣକୁ ଭିଜିଲାନ୍ସ ଅଧିକାରୀମାନେ ଚିହ୍ନଟ କରିଥିଲେ ।