ମୁମ୍ବଇ: ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲାରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭାଙ୍ଗିପଡିବା ଘଟଣା ପ୍ରତିବାଦରେ ବିରୋଧୀ ମହା ବିକାଶ ଅଘାଡି (ଏମ୍ଭିଏ) ପକ୍ଷରୁ ମୁମ୍ବଇରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ, ରାଜ୍ୟ କଂଗ୍ରେସ ସଭାପତି ନାନା ପାଟୋଲେ ଏବଂ ଏନ୍ସିପି (ଏସ୍ପି) ମୁଖ୍ୟ ଶରଦ ପୱାରଙ୍କ ସମେତ ତୁଙ୍ଗ ବିରୋଧୀ ଦଳ ନେତାମାନେ ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି । ବିରୋଧୀ ଦଳ କର୍ମୀମାନେ ଏହି ‘ଚପଲ ଜୋଡେ ମାରୋ ଯାତ୍ରା’ (ଚପଲ ମାଡ) ବିକ୍ଷୋଭରେ ସାମିଲ ହେବା ସହିତ ହାତରେ ଚପଲ ଧରି ହୁତାତ୍ମା ଚୋ÷କରୁ ଗେଟୱେ ଅଫ ଇଣ୍ଡିଆସ୍ଥିତ ଶିବାଜୀଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଯାତ୍ରା କରିଥିଲେ । ସୂଚନାଯୋଗ୍ୟ ଯେ ଗତବର୍ଷ ସିନ୍ଧୁଦୁର୍ଗ ଜିଲାରେ ମରାଠା ସାମ୍ରାଜ୍ୟର ପ୍ରତିଷ୍ଠାତା ଛତ୍ରପତି ଶିବାଜୀ ମହାରାଜଙ୍କର ୩୫ ଫୁଟ ଉଚ୍ଚତା ବିଶିଷ୍ଟ ଏକ ପ୍ରତିମୂର୍ତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନାବରଣ କରିଥିଲେ ।
ତେବେ ଗତ ଅଗଷ୍ଟ ୨୬ ତାରିଖରେ ଭୀଷଣ ପବନରେ ତାହା ଭାଙ୍ଗିପଡିଥିଲା । ରାଜ୍ୟ ମୁଖ୍ୟମନ୍ତ୍ରୀ ଏକନାଥ ସିନେ୍ଦ ଭୀଷଣ ପବନ ପାଇଁ ପ୍ରତିମୂର୍ତ୍ତି ଭାଙ୍ଗିପଡିଥିବା କହିଛନ୍ତି । ତେବେ ଏହାର ପ୍ରତିବାଦରେ ଏନ୍ସିପି (ଏସପି) ମୁଖ୍ୟ ଶରଦ ପୱାର, ଶିବ ସେନା (ୟୁବିଟି) ନେତା ଉଦ୍ଧବ ଠାକରେ, କଂଗ୍ରେସ ରାଜ୍ୟ ଶାଖା ମୁଖ୍ୟ ନାନା ପାଟୋଲେ ଏବଂ ଦଳର ମୁମ୍ବଇ ମୁଖ୍ୟ ବର୍ଷା ଗାଇକ୍ୱାଡ ପ୍ରମୁଖ ହୁତାତ୍ମା ଚୋ÷କଠାରେ ପୁଷ୍ପମାଲ୍ୟ ଅର୍ପଣ କରବା ପରେ ବିକ୍ଷୋଭ ଶୋଭାଯାତ୍ରା ଆରମ୍ଭ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ସମଗ୍ର ଦକ୍ଷିଣ ମୁମ୍ବଇ ସମେତ ଶୋଭାଯାତ୍ରା ପଥରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା । ଏଥିସହିତ ଗେଟୱେ ଅଫ ଇଣ୍ଡିଆ ଅଞ୍ଚଳକୁ ପୁଲିସ ଘେରାବନ୍ଦୀ କରି ରଖିଥିଲା । ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦାୟୀ କରିବାକୁ ବିରୋଧୀ ଦଳ ନେତୃବୃନ୍ଦ ସେମାନଙ୍କ ଦାବିରେ ଅଟଳ ରହିଥିବାବେଳେ ଏଭଳି ବିକ୍ଷୋଭ ପ୍ରଦର୍ଶନ ପଛରେ ଥିବା ଉଦେ୍ଦଶ୍ୟକୁ ନେଇ ବିଜେପି ବିରୋଧୀ ଦଳଗୁଡିକୁ ଅଙ୍ଗୁଳି ନିର୍ଦେଶ କରୁଛି ।