ଭୁବନେଶ୍ୱର: ଉମରା ତୀର୍ଥ ବୁଲାଇ ନେବା ନାମରେ ମୁମ୍ବାଇର ଅଲ ଆଦମ ଟୁରିଷ୍ଟ ଟ୍ରାଭେଲ୍ସ ସଂସ୍ଥା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧.୨କୋଟି ଠକିବା ମାମଲାରେ ଇଓଡବ୍ଲ୍ୟୁକୁ ଜଣଙ୍କୁ ଗିରଫ କରିଛି। ଗିରଫ ନାବିଲ ଅବଦୁଲ ମୁବିନ୍ ସାଇଖକୁ ଗିରଫ କରିଛି । ଗିରଫ ପରେ ତାଙ୍କୁ ମୁମ୍ବାଇ ଅନ୍ଧାରୀ ଜେଏମ୍ଏଫସି ହାଜର କରିବା ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଆଣିଛି। ମୀର ଖୁରସିଦ ଅଲ୍ଲୀ ଏବଂ ୩୦ ଜଣ ଅଭିଯୋଗ ଆଧାରରେ ଇଓଡବ୍ଲ୍ୟୁ ମାମଲା ରୁଜୁ କରି ତଦନ୍ତ କରିଥିଲା ।
ଅଭିଯୋଗ ଅନୁସାରେ, ୨୦୧୯ ମସିହାରେ ଧାମନଗର ଅଞ୍ଚଳର ସଂଖ୍ୟାଲଘୁ ସଂମ୍ପ୍ରଦାୟର କିଛି ବ୍ୟକ୍ତି ଆଦମ୍ ଟୁରିଷ୍ଟ ଟ୍ରାଭେଲ୍ସ ଦ୍ୱାରା ୨୭ ହଜାର ୭୮୭ ଟଙ୍କାରେ ଉମାରା ତୀର୍ଥ ପାଇଁ ସାଉଦ ଆରବ ଯାଇଥିଲେ । ସେମାନେ ସେଠାରୁ ବୁଲିକି ଆସିବା ପରେ ଅନେକ ସଂଖ୍ୟାଲଘୁ ଲୋକ ଏହାର ଖର୍ଚ୍ଚ ସମ୍ପର୍କରେ ପଚାରିଥିଲେ । କମ୍ ଟଙ୍କାରେ ଉମରା ତୀର୍ଥ ଯାଇ ଆସିଥିବାରୁ ସେମାନେ ବି ଯିବାକୁ ରାଜି ହୋଇଥିଲେ । ତୀର୍ଥ ଯାଇଥିବା ବ୍ୟକ୍ତିମାନେ ସଂସ୍ଥାର ମାଲିକ ଫିରଦୋସ ନମ୍ବର ଦେଇଥିଲେ । ସେମାନେ କଥା ହେବା ପରେ ଉମରା ତୀର୍ଥ ଯିବା ପାଇଁ ଜଣଙ୍କ ପିଛା ୨୧ହଜାର ୭୮୬ ଦେବାକୁ କହିଥିଲେ । ଏହିଭଳି ବହୁ ଲୋକ ଆଦାୟ କରି ୩ଲକ୍ଷ ୧୯ ହଜାର ୭୧୬ ଟଙ୍କା ଫିରଦୋସଙ୍କ ପୁଅ ନାବିଲ ଅବ୍ଦୁଲଙ୍କ ଆକାଉଣ୍ଟକୁ ପଠାଇଥିଲେ । ୨୦୨୦ ମସିହାରେ ଫିରଦୋସ ଏବଂ ତାଙ୍କ ପୁଅକୁ ଯୋଗାଯୋଗ କରିବା ପରେ କୋଭିଡ଼ ଥିବାରୁ ଏବେ ଯିବା ପାଇଁ ମନା କରିଥିଲେ । କୋଭିଡ଼ ଯିବା ପରେ ସେମାନେ ଉମରା ତୀର୍ଥ ଯିବାକୁ କହିଥିଲେ । ଅନ୍ୟ କେଉଁମାନେ ଯିବାକୁ ରାଜି ଅଛନ୍ତି ସେମାନଙ୍କୁ ଠାରୁ ଟଙ୍କା ଆଦାୟ କରି ଆକାଉଣ୍ଟରେ ପଠାଅ ୨୦୨୧-୨୨ରେ ନେଇ ଯିବୁ ବୋଲି କହିଥିଲେ । ସେହି ବର୍ଷ ନଦେବାରୁ ଲୋକ ଫୋନ୍ କରି ପଚାରିଥିଲେ ମଧ୍ୟ କୋଭିଡ଼ କଟକଣା ହଟିନି ପରେ ଯିବ ବୋଲି କହିଥିଲେ । ଏହିଭଳି ୨୦୨୩ରେ ଉମରା ତୀର୍ଥ ଯିବା ପାଇଁ ପୁଣି ଲୋକ ଯୋଗାଡ଼ କରିବାକୁ କହିଥିଲେ। କିନ୍ତୁ ପୂର୍ବ ଠାରୁ ଜଣଙ୍କ ପିଛା ୪୫ ହଜାର ୭୮୬ରୁ ୫୦ ହଜାର ୭୮୬ ଟଙ୍କା ଆଦାୟ କରିଥିଲେ । ଏହିଭଳି ସେ ରାଜ୍ୟ ବିଭିନ୍ନ ଜିଲ୍ଲାରୁ ୩୦ ହଜାରରୁ ଉର୍ଦ୍ଧ୍ୱ ସଂଖ୍ୟାଲଘୁ ଲୋକଙ୍କ ଠାରୁ ଟଙ୍କା ଆଦାୟ କରିଥିଲେ। ବିଭିନ୍ନ କିସ୍ତିରେ ଟ୍ରାଭେଲ ସଂସ୍ଥା ପୁଅ ଏବଂ ଝିଅଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ । ପ୍ରଥମେ ୧୪ ଲକ୍ଷ ଏହାର କିଛି ଦିନ ପରେ ୯୧ ଲକ୍ଷ ୧୫ ହଜାର ଟଙ୍କା ପଠାଯାଇଥିଲା । ସେହିପରି ଜଗତସଂହପୁରର ଆଦିଲ୍ ହୁସେନ୍ ଏବଂ ଅନ୍ୟମାନେ ୧୫ ଲକ୍ଷ ପଠାଇଥିଲେ । ଟଙ୍କା ନେବା ପରେ ତୀର୍ଥ ନେବାକୁ ଆଜି କାଲି କହି ୨ରୁ ୩ବର୍ଷ ଗଡ଼ାଉଥିଲେ । ଏହି ସଂସ୍ଥାର ମାଲିକଙ୍କୁ ଫୋନ୍ କରିବାରୁ ତାଙ୍କ ଫୋନ୍ ବନ୍ଦ ଥିଲା । ଟଙ୍କା ଦେଇଥିବା ଏକାଧିକ ସଂଖ୍ୟାଲଘୁ ସଂମ୍ପ୍ରଦାୟର ବ୍ୟକ୍ତିମାନେ ଉକ୍ତ ସଂସ୍ଥାର ଅଫିସ୍ ଥିବା ମୁମ୍ବାଇ ଯାଇଥିଲେ । ସେଠାରେ ଖୋଜା ଖୋଜି କରିଥିଲେ ମଧ୍ୟ ସେଠାରେ ଅଫିସ୍ ପାଇନଥିଲେ । ଜାଣିବାକୁ ପାଇଥିଲେ ଯେ, ୨୦୨୦ରେ ଅଫିସ୍ ବନ୍ଦ କରି ଫେରାର ରହିଛନ୍ତି । ସଂସ୍ଥା ବନ୍ଦ ହୋଇଥିଲେ ମଧ୍ୟ ଲୋକଙ୍କୁ ଭ୍ରମଣ କରିବା ଉର୍ଦ୍ଦେଶ୍ୟରେ ମାଲିକ ଟଙ୍କା ସଂଗ୍ରହ କରିଥିଲା । ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ହ୍ୱାଟ୍ସଆପ୍ରେ ଫେକ୍ ବିଲ୍ ଦେଉଥିଲା । ଏହି ସଂସ୍ଥା ଓଡ଼ିଶାରୁ ୫୦ରୁ କୋଟି ଅଧିକ ଠକି ନେବା ସହିତ ଦେଶର ବିଭିନ୍ନ ରାଜ୍ୟର ସଂଖ୍ୟାଲଘୁ ଲୋକଙ୍କ ଠାରୁ ମଧ୍ୟ କୋଟି କୋଟି ଠକି ନେଇଛନ୍ତି ।