ପୁରୀ : ମହାପ୍ରଭୁ ଜଗନ୍ନାଥ, ତାଙ୍କ ଦାଣ୍ଡ ବଡ ଦାଣ୍ଡ, ତାଙ୍କ ପ୍ରସାଦ ମହା ପ୍ରସାଦ । ତାଙ୍କ ନୀତିକାନ୍ତି ପୁରା ବିଶ୍ୱରେ ପରିଚିତ । ଏଣୁ ପ୍ରତ୍ୟକ ନୀତିକାନ୍ତି ଠୁ ଆରମ୍ଭ କରି ମହାପ୍ରସାଦ ସବୁ ସ୍ୱଚ୍ଛ ହେବା ନିହାତି ଆବଶ୍ୟକ । ଏଣୁ ଶ୍ରୀମନ୍ଦିରରେ ଗୁଆ ଘିଅରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ସୁଆର ମହାସୁଆର ସେବାୟତ ନିଯୋଗ। ଓମ୍ଫେଡ୍ ପରିବର୍ତ୍ତେ ଶୁଦ୍ଧ ଗୁଆଘିଅରେ ମହାପ୍ରସାଦ ପ୍ରସ୍ତୁତ ହେବା ପାଇଁ ଦାବି କରିଛନ୍ତି।
ଓମଫେଡ୍ ବଦଳରେ ଦେଶୀ ଗୁଆ ଘିଅରେ ରନ୍ଧା ହେଉ ମହାପ୍ରଭୁଙ୍କ ମହାପ୍ରସାଦ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି ସେବାୟତ ମଧୁସୂଦନ ସୁଆର। ଇଏ ହେଉଛି ସେହି ଚିଠି, ଯେଉଁଥିରେ ଶୁଦ୍ଧ ଗାଈ ଘିଅରେ ଅବଢା ପ୍ରସ୍ତୁତ କରିବାକୁ ଲେଖାଯାଇଛି। ପୂର୍ବରୁ କେବଳ ଓମଫେଡ ଘିଅରେ ମହାପ୍ରସାଦ ରନ୍ଧାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଥିବା ବେଳେ ଏହାକୁ ବିରୋଧ କରିଛନ୍ତି ସୁଆର ସେବାୟତ। ଏଥିସହ ଶୁଦ୍ଧ ଦେଶୀ ଗାଇ ଘିଅ, କ୍ଷୀର, ଲହୁଣି ଓ ଦହି କିପରି ଉତ୍ପାଦନ ହୋଇପାରିବ, ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଅମୃତମଣୋହୀ ଜମିରେ ଏକ ଗାଇ ଫାର୍ମ ନିର୍ମାଣ କରାଯାଉ। ମହାପ୍ରଭୁଙ୍କ ନାଁରେ ଗଚ୍ଛିତ ଥିବା ଅର୍ଥରେ ଶୁଦ୍ଧ ଦେଶୀ ଗାଈ ଘିଅ ଉତ୍ପାଦନ ଲାଗି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ମହାପ୍ରଭୁଙ୍କ ଅମୃତ ମଣୋହୀ ଜମିରେ ଏକ ଗାଇ ଫାର୍ମ ନିର୍ମାଣ କରାଯାଉ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସେବାୟତ।ଶ୍ରୀମନ୍ଦିର ଭିତରେ କେବଳ ଓମଫେଡ୍ ଘିଅ ବ୍ୟବହାର ପାଇଁ ସ୍ଥିର ହୋଇଛି। ତେବେ ଜଗନ୍ନାଥ ମନ୍ଦିରର ଆବଶ୍ୟକତାକୁ ନଜରରେ ରଖି ଓମଫେଡର ବିକଳ୍ପ ମଧ୍ୟ ରଖିବା ଆବଶ୍ୟକ ବୋଲି ସେବାୟତ ମତ ଦେଇଛନ୍ତି।