ନୂଆଦିଲ୍ଲୀ : ବୁଧବାର ଠାରୁ ରୁଷିଆର କାଜାନ ସହରରେ ଆୟୋଜିତ ହେଉଛି ୧୬ତମ ବ୍ରିକ୍ସ ସମ୍ମିଳନୀ । ଚଳିତ ଥର ବ୍ରିକ୍ସ ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ ରହିଛି ‘ଷ୍ଟ୍ରେନଦେନିଙ୍ଗ ମଲ୍ଟିଲାଟେରାଲିଜିମ ଫର୍ ଜଷ୍ଟ ଗ୍ଲୋବାଲ ଡେଭେଲମେଣ୍ଟ ଆଣ୍ଡ ସିକ୍ୟୁରିଟି’। ତେବେ ବିଶ୍ୱର ବିକାଶ ଏବଂ ସୁରକ୍ଷା ପାଇଁ ବହୁପକ୍ଷବାଦକୁ ସୁଦୃଢ କରିବା ଉପରେ ବ୍ରିକ୍ସ ସଦସ୍ୟ ଦେଶର ନେତାମାନେ ଆଲୋଚନା କରିବେ। ତେବେ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଦୁଇ ଦିନିଆ ରୁଷିଆ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ। କାଜାନ୍ରେ ଆୟୋଜିତ ଏହି ୧୬ତମ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପାଇଁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣ ରକ୍ଷା କରି ମୋଦୀ ଦୁଇ ଦିନିଆ ରୁଷ୍ ଗସ୍ତରେ ଯାଇଛନ୍ତି। ଏଠାରେ ଏନଆରଆଇମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ପାଇଁ ବଡ଼ ପ୍ରସ୍ତୁତି କରୁଥିବା ସୂଚନା ମିଳିଛି।
ପ୍ରକାଶଥାଉ କି, ଏହି ବ୍ରିକ୍ସ ସମ୍ମିଳନୀର ପ୍ରଥମ ଦିନରେ ମୋଦି ରୁଷିଆର ରାଷ୍ଟ୍ରପତି ପୁଟିନଙ୍କୁ ମଧ୍ୟ ଭେଟିବେ। ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ସୂଚନା ଅନୁଯାୟୀ ରୁଷର ଅଧ୍ୟକ୍ଷତାରେ ଏହି ବୈଠକ ହେବାକୁ ଯାଉଛି।