ଶ୍ରୀନଗର: ସୋମବାର ସକାଳେ ଜମ୍ମୁ-କଶ୍ମୀରସ୍ଥିତ ଅଖନୁର ସେକ୍ଟରରେ ଥିବା ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ସେନା ବାହିନୀ ଉପରେ ହୋଇଥିଲା । ଏହି ଆକ୍ରମଣ ପାଇଁ ଆତଙ୍କବାଦ ବିରୋଧୀ ଅଭିଯାନ ଦ୍ୱାରା ଏହି ଆକ୍ରମଣରେ ସମ୍ପୃକ୍ତ ଥିବା ତିନି ଜଣ ଆତଙ୍କବାଦୀ ମଙ୍ଗଳବାର ସକାଳେ ନିପାତ ହୋଇଥିବା ସୂଚନା ମିଳିଛି। ଜାମ୍ମୁ-କାଶ୍ମୀରସ୍ଥିତ ଯୋଗୱାନ ଗାଁରେ ଲୁଚି ରହିଥିବା ଏକ ଆତଙ୍କବାଦୀ ଗୋଷ୍ଠୀ ଉପରେ ସୁରକ୍ଷା ବାହିନୀ ପକ୍ଷରୁ ଆକ୍ରମଣ ହେବା ପରେ ପୁଣି ଗୁଳିବିନିମୟ ଆରମ୍ଭ ହୋଇଥିଲା। ତେବେ ଏହି ଆକ୍ରମଣରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ସୋମବାର ସକାଳ ୭.୨୫ ସମୟରେ ସେନାର ଏକ ଆମ୍ବୁଲାନ୍ସ ଜମ୍ମୁ-କଶ୍ମୀରର ଅଖନୁର ସହରର ଯୋଗୱାନ ଅଞ୍ଚଳକୁ ଯାଉଥିବା ସମୟରେ ଶିବସାନ ମନ୍ଦିର ନିକଟବର୍ତ୍ତୀ ବଟ୍ଟାଳ ଅଞ୍ଚଳରେ ଆକ୍ରମଣ ଯୋଗୁଁ ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଗାଡ଼ି ଉପରକୁ ୩ରୁ ୪ ଜଣ ଆତଙ୍କବାଦୀ ୧୫ରୁ ୨୦ ରାଉଣ୍ଡ ଗୁଳି ଚଳାଇଥିଲେ। ତେବେ ଏହାକୁ କେନ୍ଦ୍ର କରି ସୋମବାର ସ୍ପେଶାଲ ଫୋର୍ସ ଓ ଏନଏସଜି କମାଣ୍ଡୋଙ୍କ ନେତୃତ୍ୱରେ ହୋଇଥିବା ଏକ ଅପରେସନରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା। ତେବେ ଅନ୍ୟ ୨ ଜଣ ଆତଙ୍କବାଦୀ ମଙ୍ଗଳବାର ଦିନ ଗୁଳିବିନିମୟରେ ନିହତ ହୋଇଛନ୍ତି। ଏହି ଅପରେସନରେ ସେନା ୪ଟି ବିଏମ୍ପି-୨ ପଦାତିକ ଯୁଦ୍ଧ ଯାନ ସହ ହେଲିକପ୍ଟର ଓ ଡ୍ରୋନ୍ ବ୍ୟବହାର କରି ଆତଙ୍କବାଦୀଙ୍କ ଅବସ୍ଥାନ ଠାବ କରିଥିଲା ଭାରତୀୟ ସେନା।
ଅପରପକ୍ଷରେ ଆତଙ୍କବାଦୀଙ୍କ ପକ୍ଷରୁ ହୋଇଥିବା ଗୁଳି ବିନିମୟରେ ଭାରତୀୟ ସେନାର ସାହସୀ କୁକୁର ‘ଫ୍ୟାଣ୍ଟମ୍’ ସହିଦ ହୋଇଛି। ଏହି ପରିପ୍ରେକ୍ଷୀରେ ଜମ୍ମୁସ୍ଥିତ ହ୍ୱାଇଟ୍ ନାଇଟ୍ କର୍ପସ୍ ଏକ୍ସରେ ଏକ ପୋଷ୍ଟରେ ଲେଖିଛି, ‘ଆମେ ଆମର ପ୍ରକୃତ ବୀର- ବୀର ଭାରତୀୟ ସେନାର କୁକୁର, ଫ୍ୟାଣ୍ଟମ୍ ର ସର୍ବୋଚ୍ଚ ବଳିଦାନକୁ ନମସ୍କାର କରୁଛୁ।’