ବାରାଣସୀ: ଦେବ ଦୀପାବଳି ଅର୍ଥାତ କାର୍ତ୍ତିକ ପୂର୍ଣ୍ଣିମା କାଶୀରେ ଖୁବ ଧୁମଧାମରେ ପାଳନ କରାଯାଉଥିବା ବେଳେ ଏହି ପରମ୍ପରା ଏକ ଗଣପର୍ବ ଭାବେ ବର୍ଷକୁ ବର୍ଷ ବୃଦ୍ଧି ପାଉଛି। ସେଥିପାଇଁ ଏଥର ଦେବ ଦୀପାବଳିରେ ବାରଣାସୀରେ ମୋଟ ୨୧ ଲକ୍ଷ ଦୀପ ପ୍ରଜ୍ୱଳନ କରାଯିବ। ଏହି ଦିବ୍ୟ ମୁହୂର୍ତ୍ତକୁ ଦେଖିବା ପାଇଁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ କାଶୀ ପହଞ୍ଚିଛନ୍ତି । ଏହାସହିତ ୮୪ଟି ଘାଟ ତାଲିକାରେ ନମୋ ଘାଟ ମଧ୍ୟ ସାମିଲ ହେବା ପାଇଁ ଯାଉଛି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଦ୍ୱାରା ଏହାର ଉଦ୍ଘାଟନ ହେବ। ଏହି ଅବସରରେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ କାଶୀରେ ଉପସ୍ଥିତ ରହି ନମୋ ଘାଟକୁ ଉଦ୍ଘାଟନ କରିବେ। କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ପୁରୀ ମଧ୍ୟ ଉପସ୍ଥିତ ରହିବେ।
ଏନେଇ ବାରାଣସୀ ଡିଭିଜନାଲ କମିଶନର କୌଶଲରାଜ ଶର୍ମା କହିଛନ୍ତି ଯେ, ଦେବ ଦୀପାବଳି ଏକ ବିଶ୍ୱ ପ୍ରସିଦ୍ଧ ପର୍ବରେ ପରିଣତ ହୋଇଛି। ୨୦୨୦ ମସିହାରେ ପିଏମ ମୋଦୀ ନିଜର ଉପସ୍ଥିତି ଜାହିର କରିବା ପରଠାରୁ ୪ ବର୍ଷ ମଧ୍ୟରେ ଦେବ ଦୀପାବଳି ବହୁଗୁଣିତ ହୋଇଛି। କାରଣ ଦେଶୀ ଓ ବିଦେଶୀ ପର୍ଯ୍ୟଟକମାନେ ମାସ ମାସ ଆଗରୁ ଏହି ପର୍ବ ଦେଖିବା ପାଇଁ ବୁକିଂ କରିଥାନ୍ତି। କାଶୀର ଗଙ୍ଗା ଘାଟରେ ଦୀପ ପ୍ରଜ୍ୱଳନ କରାଯାଏ ଏବଂ ଆଲୋକର ନଗରୀ କାଶୀର ଧାରଣାକୁ ଦର୍ଶାଯାଇଥାଏ । ଏଥର ଦେବ ଦୀପାବଳି ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ। କାରଣ ଏହିଦିନ ୮୪ଟି ଘାଟ ତାଲିକାରେ ନମୋ ଘାଟ ମଧ୍ୟ ସାମିଲ ହେବାକୁ ଯାଉଛି। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଏହାକୁ ଉଦ୍ଘାଟନ କରିବେ।