ଭୁବନେଶ୍ବର: ବାତ୍ୟାର ମୁହାଣ ପାଲଟିଥିବା ଓଡ଼ିଶାକୁ ପ୍ରକୃତିର କୋପରୁ ରକ୍ଷା କରିବାରେ ଉପକୂଳ ଓଡ଼ିଶାରେ ଲୁଣା ଜଙ୍ଗଲ ଅତ୍ୟନ୍ତ ଜରୁରୀ ା ବାତ୍ୟାର ପ୍ରଭାବ ରୋକିବାରେ ଲୁଣା ଜଙ୍ଗଲର ଭୂମିକାକୁ ଦେଖିଲେ ନିକଟରେ ଆସିଥିବା ସାଙ୍ଘାତିକ ବାତ୍ୟା ‘ ଦାନା’ ଏହାର ଏକ ବଳିଷ୍ଠ ଉଦାହାରଣ ା ‘ଦାନା’ ଭିତରକନିକାରୁ ନେଇ ହାବେଳିଖଟି ମଧ୍ୟରେ ଲ୍ୟାଣ୍ଡଫଲ କରିଥିଲା। କିନ୍ତୁ ଭିତର କନିକା ଲୁଣା ଜଙ୍ଗଲ ଯୋଗୁଁ ଦାନା ତାର ପ୍ରକୋପ ବିଶେଷ ଦେଖବାକୁ ମିଳି ନ ଥଲା। ଏହାକୁ ଦୃଷ୍ଟିରେ ରଖ ଗୋପାଳପୁର ଠାରୁ ପୁରୀ, ଜଗତସିଂହପୁର ଜିଲ୍ଲା ପର୍ଯ୍ୟନ୍ତ ଉପକୂଳରେ ଲୁଣାଜଙ୍ଗଲ ବୃଦ୍ଧ କରାଯିବାକୁ ଜଙ୍ଗଲମନ୍ତ୍ରୀ, ବିପର୍ଯ୍ୟୟ ପ୍ରଶମନ ରାଜସ୍ବମନ୍ତ୍ରୀ ଜୋର ଦେଇଛନ୍ତି ା ମାତ୍ର କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକାକୁ ଛାଡ଼ିଦେଲେ ରାଜ୍ୟର ଅନ୍ୟସମସ୍ତ ଉପକୂଳ ଜିଲାରେ ଲୁଣା ଜଙ୍ଗଲ କମିବାରେ ଲାଗିଛି, ଯାହା ଉଦ୍ବେଗର ବିଷୟ ବୋଲି ପରିବେଶବିତମାନେ କହିଛନ୍ତି ା
ନିକଟରେ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରକାଶିତ ‘ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ-୨୦୨୩’ ରିପୋର୍ଟ ଅନୁସାରେ ଭଦ୍ରକ ଓ ପୁରୀ ଜିଲ୍ଲାରେ ଲୁଣା ଜଙ୍ଗଲ ବେଶ୍ ହ୍ରାସ ପାଇଛି। ପରିସଂଖ୍ୟାନ ଅନୁସାରେ ଭଦ୍ରକରେ ୦.୦୭ ବର୍ଗ କିମି ଓ ପୁରୀରେ ୦.୧୧ ବର୍ଗ କିମି ଲୁଣା ଜଙ୍ଗଲ ହ୍ରାସ ପାଇଛି। ବାତ୍ୟା ‘ଫନି’ପୁରୀରେ ଲ୍ୟାଣ୍ଡଫଲ କରିବା ପରେ ସମୁଦ୍ରକୂଳିଆ ଲୁଣା ଜଙ୍ଗଲ ସମ୍ପୂର୍ଣ୍ଣ ଉଜୁଡି ଯାଇଥିଲା କହିଲେ ଭୁଲ ହେବ ନାହିଁ। ମାତ୍ର ତାହାର ପୁନରୁଦ୍ଧାର ଉଦ୍ୟମ ସଫଳ ହୋଇ ନ ଥିବା ଭଳି ଏହି ରିପୋର୍ଟରୁ ପ୍ରତୀତ ହେଉଛି। ଅନେକ ସମୟରେ ପୁରୀ ବାତ୍ୟାର ଗତିପଥରେ ପଡିବା ଅଥବା ପୁରୀରେ ବାତ୍ୟା ଲ୍ୟାଣ୍ଡ୍ଫଲ କରିବାର ଭୟ ମଧ୍ୟ ଅଧିକ ରହୁଛି। ଯଦି ଜଗତସିଂହପୁର ଜିଲ୍ଲା କଥା କହିବା ତେବେ ଉପରୋକ୍ତ ରିପୋର୍ଟ ଅନୁସାରେଏହି ଜିଲ୍ଲାରେ ଲୁଣା ଜଙ୍ଗଲର ପୂର୍ବ ଅବସ୍ଥା ଅପରିବର୍ତ୍ତିତ ରହିଛି। ୧୯୯୫ରେ ଓଡ଼ିଶା ଉପକୂଳରେ ୧୯୫ ବର୍ଗ କିମି ଲୁଣା ଜଙ୍ଗଲ ଥିଲାବେଳେ ୧୯୯୭ରେ ୨୧୧ ବର୍ଗ କିମି, ୧୯୯୯ରେ ୨୧୫ ବର୍ଗ କିମି, ୨୦୦୧ରେ ୨୧୯ ବର୍ଗ କିମି, ୨୦୦୩ରେ ୨୦୩ ବର୍ଗ କିମି, ୨୦୦୫ରେ ୨୧୭ ବର୍ଗ କିମି, ୨୦୦୯ରେ ୨୨୧ ବର୍ଗ କିମି, ୨୦୧୧ରେ ୨୨୨ବର୍ଗ କିମି, ୨୦୧୩ରେ ୨୧୩ ବର୍ଗ କିମି, ୨୦୧୫ରେ ୨୩୧ ବର୍ଗ କିମି, ୨୦୧୭ରେ ୨୪୩ ବର୍ଗ କିମି, ୨୦୧୯ରେ ୨୫୦.୬୪ ବର୍ଗ କିମି ଓ ୨୦୨୧ରେ ୨୫୮.୫୯ ବର୍ଗ କିମି ଓ ୨୦୨୩ରେ ୨୫୯.୦୬ ବର୍ଗକିମିରେ ପହଞ୍ଚିଛି।
ସମ୍ପ୍ରତି ବଙ୍ଗୋପସାଗରରେ ସ୍ବଳ୍ପ ବ୍ୟବଧାନରେ ଲଘୁଚାପ ସୃଷ୍ଟି ହୋଇ ତାହା ବାତ୍ୟାର ରୂପ ନେଉଥିବା ଦେଖିବାକୁ ମିଳୁଛି। ଏ ଦୃଷ୍ଟିରୁ ଓଡ଼ିଶାର ଉପକୂଳ ଅଞ୍ଚଳରେ ଲୁଣା ଜଙ୍ଗଲ ପରିମାଣ ବୃଦ୍ଧି କରିବାର ଅାବଶ୍ୟକତା ରହିଥିବା ବେଳେ ଚିନ୍ତା ବଢାଇ ଦେଇଛି ‘ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ-୨୦୨୩’ ରିପୋର୍ଟ। ଅବଶ୍ୟ ଏହି ରିପୋର୍ଟରେ କୁହାଯାଇଛି ଯେ ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀ ଅବବାହିକାରେ ବିସ୍ତୃତ ଭିତରକନିକା ଲୁଣା ଜଙ୍ଗଲ କଳେବର ପ୍ରତିବର୍ଷ ବଢ଼ିବାରେ ଲାଗିଛି । ଗତ ୨ ବର୍ଷ ଭିତରେ ଭିତରକନିକାରେ ଲୁଣା ଜଙ୍ଗଲ ସବୁଠୁ ଅଧିକ ବୃଦ୍ଧି ପାଇଛି । ଏହି ଲୁଣା ଜଙ୍ଗଲ ଲ୍ୟାଣ୍ଡଫଲ୍ ସମୟରେ ବାତ୍ୟା ‘ଦାନାକୁ’ ପ୍ରତିହତ କରିବା ସମ୍ଭବ ହୋଇଥିଲା ା ଓଡ଼ିଶାରେ ଲୁଣା ଜଙ୍ଗଲ ବୃଦ୍ଧି ପାଇଥିବା ବେଳେ ବାଲେଶ୍ୱରରେ ୦.୦୬ ବର୍ଗ କିମି ଓ କେନ୍ଦ୍ରାପଡ଼ାରେ ୧.୬୭ ବର୍ଗ କିମି ଲୁଣା ଜଙ୍ଗଲ ବଢ଼ିଥିବା ରିପୋର୍ଟରେ କୁହାଯାଇଛି। ତଥାପି ସାମଗ୍ରିକ ଭାବରେ ଉପକୂଳ ଜିଲ୍ଲାର ଲୁଣା ଜଙ୍ଗଲ ହ୍ରାସ ଘଟଣା ଚିନ୍ତା ବଢାଇଛି।