ଢାକା: ଭାରତରେ କୂଟନୈତିକ ଶରଣ ନେଇଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସୀନାଙ୍କ ପ୍ରତ୍ୟର୍ପଣ ଚାହୁଁଛି ଢାକା। ହିନ୍ଦୁଙ୍କ ବିରୋଧରେ ହିଂସାକୁ ନେଇ ନିଷ୍କ୍ରିୟତା ଅବଲମ୍ବନ କରିଥିବା ବାଂଲାଦେଶ ସୋମବାର ଏ ନେଇ ଭାରତକୁ ଏକ କୂଟନେୈତିକ ଚିଠି ଲେଖିଛି। ବାଂଲାଦେଶ ବୈଦେଶିକ ବ୍ୟାପାର ମନ୍ତ୍ରୀ ତୁହିଦ ହୁସେନ ସୂଚନା ଏହି ଦେଇଛନ୍ତି। ଗୃହ ପରାମର୍ଶଦାତା ଜାହାଙ୍ଗିର ଆଲମଙ୍କ ଅନୁସାରେ ହାସୀନାଙ୍କୁ ଭାରତରୁ ପ୍ରତ୍ୟର୍ପଣ କରିବା ଲାଗି ବୈଦେଶିକ ମନ୍ତ୍ରାଳୟକୁ ପତ୍ର ଲେଖିଥିଲା। ଏହି ପ୍ରକ୍ରିୟା ଏବେ ଜାରି ରହିଛି। ଢାକା ଓ ନୂଆଦିଲ୍ଲୀ ମଧ୍ୟରେ ଏକ ପ୍ରତ୍ୟର୍ପଣ ଚୁକ୍ତି ବଳବତ୍ତର ଥିବା ବେଳେ ହସୀନାଙ୍କୁ ବାଂଲାଦେଶ ଫେରିବାକୁ ପଡିପାରେ। ଗତ ଅଗଷ୍ଟ ୫ରେ ବାଂଲାଦେଶରେ ଛାତ୍ର ଆନ୍ଦୋଳନ କାରଣରୁ ହାସୀନାଙ୍କ ୧୬ ବର୍ଷର ସରକାରର ପତନ ଘଟିଥିଲା। ରାତାରାତି ଦେଶ ଛାଡି ଭାରତରେ କୂଟନୈତିକ ଶରଣ ନେଇଥିଲେ ହାସୀନା। ଯାହାପରେ ଢାକାସ୍ଥିତ ଅନ୍ତର୍ଜାତୀୟ ଅପରାଧ ଟ୍ରାଇବୁନାଲ (ଆଇସିଟି) ହାସୀନା ଓ ତାଙ୍କର କିଛି କ୍ୟାବିନେଟ ମନ୍ତ୍ରୀଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଥିଲା।