ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ ପ୍ରବାହିତ ଅଳକା ନଦୀ କୂଳରେ ଗଢିଉଠିଛି ବର୍ତ୍ତମାନର ଜଗତସିଂପୁର ସହର। ମାତ୍ର ଅଳକା ନଦୀର ଚିହ୍ନ ବର୍ଣ୍ଣ ହଜିଯାଇଛି। ଅଳକାନଦୀ ପରିବର୍ତ୍ତେ ୨୦୨୨-୨୩ରେ ଅଳକା ଡ୍ରେନ କାମ ଜଳ ନିଷ୍କାସନ ପାଇଁ ଆରମ୍ଭ ହୋଇଛି। ଗତ ୨୦୨୨-୨୩ ବର୍ଷରେ ଜଗତସିଂହପୁର ବ୍ଲକର ଆର. ଡ଼ି ୧୫ କି. ମି ରୁ ୩୨ କି.ମି ପର୍ଯ୍ୟନ୍ତ ଅଢଙ୍ଗ ଠାରୁ ଓଡ଼ିସେ ପର୍ଯ୍ୟନ୍ତ ଡ୍ରେନ କାର୍ଯ୍ୟ ୪ କୋଟି ୩୨ ଲକ୍ଷ ଟଙ୍କା ବିନିଯୋଗରେ ନିର୍ମାଣ କରାଯାଇଛି। ସେଭଳି ବାଲିକୁଦା ବ୍ଲକରେ ଆର. ଡି ୦୦ କି. ମି ରୁ ଆର. ଡି ୩୨ କି. ମି ପର୍ଯ୍ୟନ୍ତ ଡ୍ରେନ ସାତ କୋଟି ଚଉଷଠି ଲକ୍ଷ ବତିଶି ହଜାର ଟଙ୍କାରେ କରାଯାଇଛି। ତେବେ ନଦୀ ଶଯ୍ୟାରେ ଡ୍ରେନ ନିର୍ମାଣ ଏକ ହସ୍ୟସ୍ପଦ କାର୍ଯ୍ୟ ବୋଲି ସାଧାରଣ ରେ ଆଲୋଚିତ ହେଉଛି।
ଜଗତସିଂହପୁର ଇତିହାସ ( ଜଗତସିଂହପୁର ଅତୀତ ଓ ବର୍ତ୍ତମାନ )ରୁ ମିଳିଥିବା ତଥ୍ୟ ଅନୁସାରେ, କାଠଯୋଡ଼ି ନଦୀର ଶାଖା ନଦୀ ଅଳକା କୂଳରେ ଜଗତସିଂହପୁର ଏକ ସମୃଦ୍ଧ ସହର ଥିଲା ଓ ଅଳକାନଦୀ ବଙ୍ଗୋପ ସାଗରରେ ପଡିଥିଲା। ୧୬୩୩ ମସିହାରେ ବ୍ରିଟିଶ ନାଗରିକ ବଙ୍ଗୋପସାଗରରୁ ଅଳକା ନଦୀ ପଥରେ ଆସି ଜଗତସିଂହପୁର ଠାରେ ହରିହରପୁର ଫାକ୍ଟ୍ରି ଆରମ୍ଭ କରିଥିଲେ। ମାତ୍ର ବିଭିନ୍ନ କାରଣରୁ ବିଦେଶୀମାନେ ଏଠାରୁ ଫେରିଯାଇଥÒେଲ। ପରବର୍ତ୍ତୀ ପର୍ଯ୍ୟାୟରେ ୧୮୬୬ ମସିହା ନଅଙ୍କ ଦୁର୍ଭିକ୍ଷ ସମୟରେ ବ୍ରିଟିଶ ସରକାର ଦୁର୍ଭିକ୍ଷ ମୁକାବିଲା ପାଇଁ ମାଛଗାଁ କେନାଲ ଖୋଳିବାକୁ ଅଳକା ନଦୀକୁ ବନ୍ଧେଇ ଦେବାରୁ ଅଳକା ମୃତ ନଦୀରେ ପରିଣତ ହୋଇଥିଲା। ପର୍ଯ୍ୟାୟକ୍ରମେ ମୃତ ଅଳକା ନଦୀ ଶଯ୍ୟାକୁ ବିଭିନ୍ନ ଭାବେ ଜବରଦଖଲ କରାଯାଇଛି। ସ୍ୱାଧୀନତା ପରବର୍ତ୍ତୀ ସମୟରେ
କିଛି ଲୋକ ରାଜସ୍ବ ବିଭାଗକୁ ହାତ କରି ଅଳକା ନଦୀର ଅନେକ ଅଂଶକୁ ସ୍ତିତିବାନ ପଟ୍ଟା ମଧ୍ୟ କରାଇ େନଇଛନ୍ତି। ଜ଼ିଲ୍ଲାର ବିରିଡି, ରଘୁନାଥପୁର, ଜଗତସିଂହପୁର, ବାଲିକୁଦା ଓ ନାଉଗାଁ ତହସିଲରେ ଅଳକା ନଦୀର ସମ୍ପୂର୍ଣ ତଥ୍ୟ ମିଳିପାରୁନି। ଯଦିଓ ପୂର୍ବତନ ଜ଼ିଲ୍ଲାପାଳ ନାରାୟଣ ଜେନା ସମସ୍ତ ତହସିଲକୁ ୧୯୩୦ ରେକର୍ଡ ସନୁସାରେ ଅଳକା ଶଯ୍ୟା ରେକର୍ଡ ଉପସ୍ଥାପନ କରିବାକୁ ନିର୍ଦେଶ ଦେଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଏହି ପ୍ରସଙ୍ଗରେ ସମସ୍ତେ ନିରବ ଅଛନ୍ତି। ବର୍ତ୍ତମାନ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଅଳକା ଜବରଦଖଲ ଓ ପୁନଃରୁଦ୍ଧାର ପ୍ରସଙ୍ଗରେ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ; ମାତ୍ର ମୁଖ୍ୟମନ୍ତ୍ରୀ ଅଳକା ପୁନରୁଦ୍ଧାର କାର୍ଯ୍ୟ ଚାଲିଛି ବୋଲି ଉତ୍ତର ରଖିଥିଲେ। ବାସ୍ତବରେ ଅଳକା ନଦୀରେ ଡ୍ରେନ ନିର୍ମାଣ କରାଯାଇଛି କିନ୍ତୁ ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇନାହିଁ।