ନୂଆଦିଲ୍ଲୀ: କଂଗ୍ରେସର ପିଛା ଛାଡୁ ନାହିଁ ସଙ୍କଟ। ଏବେ ଟାର୍ଗଟେରେ ୱାୟନାଡ଼ର ନିର୍ବାଚିତ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ପ୍ରିୟଙ୍କାଙ୍କ ନିର୍ବାଚନକୁ କେରଳ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ରାଜ୍ୟ ବିଜେପି ନେତା ନବ୍ୟା ହରିଦାସ। ନବ୍ୟା ଆବେଦନରେ ଉଲ୍ଲେଖ କରିଛନ୍ତି ଯେ ପ୍ରିୟଙ୍କା ପ୍ରାର୍ଥୀପତ୍ରରେ ତାଙ୍କର ଓ ତାଙ୍କ ପରିବାରର ସମ୍ପତ୍ତିକୁ ନେଇ ସଠିକ ତଥ୍ୟ ଦେଇନାହାନ୍ତି। ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରିୟଙ୍କା ଲୁଚାଇଛନ୍ତି। ଯାହାକି ନିର୍ବାଚନ ଆଚରଣ ବିଧର ଉଲ୍ଲଙ୍ଘନ ଏବଂ ଦୁର୍ନୀତି। ଏହାକୁ ନେଇ ବିଜେପି ପକ୍ଷରୁ ନିର୍ବାଚନ କମିଶନ ନିକଟରେ ଅଭିଯୋଗ କରାଯାଇଥଲା। ମାତ୍ର ତାହା ଉପରେ ଆବଶ୍ୟକ ପଦକ୍ଷେପ ନିଆଯାଇ ନ ଥବା ନବ୍ୟା କହିଛନ୍ତି। ଡିସେମ୍ବର ୨୩ରୁ ଜାନୁଆରୀ ୨୫ ଯାଏଁ ହାଇକୋର୍ଟ ଛୁଟି ଥବାରୁ ଏହାପରେ ମାମଲାର ଶୁଣାଣି ହେବ। ଗତ ମାସରେ ଅନୁଷ୍ଠିତ ଲୋକସଭା ଉପନିର୍ବାଚନରେ ପ୍ରିୟଙ୍କା ରେକର୍ଡ ଭୋଟରେ ବିଜୟୀ ହୋଇଥଲେ। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କୁ ୫ ଲକ୍ଷ ଭୋଟରେ ପରାଜିତ କରିଥଲେ।