ନୂଆଦିଲ୍ଲୀ: ତତ୍କାଳ ଋଣ ପ୍ରଦାନକାରୀ ଆପ୍ ଗୁଡିକ ବିରୋଧରେ କେନ୍ଦ୍ର ସରକାରଙ୍କର କଡ଼ା ପଦକ୍ଷେପ। ଅନିୟମିତ ଋଣ ଉପରେ ଲାଗିବ କଟକଣା। ବନ୍ଦ ହେବ ଋଣ ଆଦୟ ନାମରେ କରାଯାଉଥବା ଗୁଣ୍ଡାଗିରି । ଜରିମାନା ସହିତ ହେବ ୧୦ ବର୍ଷର ଜେଲ୍ ଦଣ୍ଡ । ଉପଭୋକ୍ତାଙ୍କ ସ୍ବାର୍ଥ ରକ୍ଷା ନେଇ କେନ୍ଦ୍ର ସରକାର ଏକ ନୂଆ ଆଇନ ଆଣିବାକୁ ଯାଉଛନ୍ତି। ଏ ସମ୍ବନ୍ଧୀୟ ପ୍ରସ୍ତାବିତ ବିଧେୟକ ‘ଅନିୟନ୍ତ୍ରିତ ଋଣ ପ୍ରଦାନ ନିଷେଧ ବିଲ୍’ ଉପରେ ଜନମତ ଲୋଡାଯାଇଛି। କୌଣସି ବ୍ୟକ୍ତି ବିଶେଷ ସୁଧରେ ନିଜ ସମ୍ପର୍କୀୟଙ୍କୁ ଛାଡି ଅନ୍ୟ କାହାରିକୁ ନଗଦ ଅଥବା ଅନ୍ୟ ଉପାୟରେ ପ୍ରଦାନ କରୁଥିବା ଋଣକୁ ଏହି ପ୍ରସ୍ତାବିତ ବିଧେୟକରେ ଅନିୟମିତ ବା ଅନିୟନ୍ତ୍ରିତ ଋଣ ଭାବେ ବାଖ୍ୟା କରାଯାଇଛି। ଏହି ବିଧେୟକ ଅନୁସାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଥବା ଅନ୍ୟ ନିୟନ୍ତ୍ରକ ସଂସ୍ଥାଗୁଡିକର ମଞ୍ଜୁରୀ ନ ଥାଇ ଋଣ ପ୍ରଦାନ କରିବା ଅଥବା କୌଣସି ପ୍ରକାରର ଟଙ୍କା କାରବାର କରିବା ଜାମିନ ବିହୀନ ଅପରାଧ ବିବେଚିତ ହେବ। ଏଥନେଇ ଜୋରିମାନା ସହିତ ୧୦ ବର୍ଷର ଜେଲ୍ ଦଣ୍ଡ ପାଇଁ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର ସରକାର।
ଡିଜିଟାଲ ଋଣକୁ ନେଇ ଆରବିଆଇର ୱାର୍କିଂ ଗ୍ରୁପ ୨୦୨୧ ନଭେମ୍ବରରେ ନିଜ ରିପୋର୍ଟ ଉପସ୍ଥାପନ କରିବା ବେଳେ ଅନିୟମିତ ଋଶଗୁଡିକ ଉପରେ ଅଙ୍କୁଶ ଲଗାଇବା ପାଇଁ ଏକ ଆଇନ ଆଣିବା ସହିତ ବିଭିନ୍ନ ପରାମର୍ଶ ଦେଇଥଲେ। ରିଜର୍ଭ ବ୍ୟାଙ୍କ କିମ୍ବା ଅନ୍ୟ ନିୟନ୍ତ୍ରକ ସଂସ୍ଥା ଗୁଡିକରେ ପଞ୍ଜିକରଣ ନକରି ଋଣ ପ୍ରଦାନ କରୁଥବା ସଂସ୍ଥାଗୁଡିକ ଉପରେ ପ୍ରତିବନ୍ଧକ ଲଗାଇବାକୁ ଏଥିରେ ପରାମର୍ଶ ଦିଆଯାଇଥଲା। ଅବଶ୍ୟ ନିଜ ସମ୍ପର୍କୀୟ କିମ୍ବା ପରିଚିତ ଲୋକଙ୍କଠାରୁ ଋଣ ନେଉଥବା ଲୋକମାନଙ୍କୁ ଏଥରେ ସାମିଲ କରାଯାଇ ନ ଥଲା।
ଏହାକୁ ଦୃଷ୍ଟିରେ ରଖ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଣାଯାଇଥବା ପ୍ରସ୍ତାବରେ କୁହାଯାଇଛି ଯେ ଯଦି ଆଇନର ଉଲ୍ଲଙ୍ଘନ କରି କେହି ଡିଜିଟାଲ ଅଥବା ଅନ୍ୟ ଉପାୟରେ ଋଣ ପ୍ରଦାନ କରନ୍ତି ତେବେ ତାଙ୍କୁ ୨ ରୁ ୭ ବର୍ଷ କାରାଦଣ୍ଡାଦେଶ ହେବ। ଏଥସହ ୨ ଲକ୍ଷରୁ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ମଧ୍ୟ କରାଯିବ। ତେବେ ସମ୍ପର୍କୀୟଙ୍କୁ ପ୍ରଦତ୍ତ ଋଣକୁ ଏହି କଟକଣାରୁ ମୁକ୍ତ ରଖାଯାଇଛି। ବିଧେୟକରେ ଏହା ମଧ୍ୟ କୁହାଯାଇଛି ଯେ ଯଦି ଋଣ ଦାତା, ଉଦ୍ଧାର ନେଉଥବା ଲୋକ କିମ୍ବା କମ୍ପାନୀ କୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳରେ ଅବସ୍ଥତ ହୋଇଥବ ଏବଂ ମୋଟ ଋଣ ଅର୍ଥ ସର୍ବଜନିକ ସ୍ବାର୍ଥକୁ ଅତ୍ୟନ୍ତ ପ୍ରଭାବିତ କରୁଥବ ତେବେ ସେହି ମାମଲାଗୁଡିକର ତଦନ୍ତ ସିବିଆଇ ଦ୍ବାରା କରାଯିବ।
ଉଲ୍ଲେଖ ଯେ ବିଗତ କିଛି ଦିନ ମଧ୍ୟରେ ମୋବାଇଲ ଆପ୍ ଜରିଆରେ ଋଣ ପ୍ରଦାନର ମାମଲା ଦ୍ରୁତ ବେଗରେ ବୃଦ୍ଧ ପାଇଛି। ଏଭଳି ଋଣ ଉପରେ ସୁଧହାର ସର୍ବାଧକ ରହିଥାଏ। ଏମିତିକି ଏଥରେ ଅନେକ ଅଘୋଷିତ ଶୁଳ୍କ ମଧ୍ୟ ସାମିଲ ଥାଏ। ଋଣ ପରିଶୋଧରେ ବିଳମ୍ବ ଅଥବା ଖଲାପି ସ୍ଥଳେ ଅତ୍ୟନ୍ତ ଆକ୍ରମକ ଢଙ୍ଗରେ ଋଣ ଅସୁଲ କରାଯାଇଥାଏ। ଏହାଦ୍ବାରା ବ୍ୟତିବ୍ୟସ୍ତ ହୋଇ ଋଣ କରିଥବା ବ୍ୟକ୍ତି ଆତ୍ମହତ୍ୟାର ବାଟ ଆପଣଉଥବା ଭଳି ଅନେକ ମାମଲା ସମ୍ମୁଖକୁ ଅାସିଛି। ଏସବୁକୁ ଦୃଷ୍ଟିରେ ରଖ ୨୦୨୨ ସେପ୍ଟେମ୍ବର ରୁ ୨୦୨୩ ଅଗଷ୍ଟ ଭିତରେ ଗୁଗୁଲ ଏହାର ପ୍ଲେଷ୍ଟୋରରୁ ୨,୨୦୦ରୁ ଅଧକ ଡିଜିଟାଲ ଋଣ ପ୍ରଦାନକାରୀ ଆପ୍କୁ ହଟାଇ ଦେଇଥଲା।