ଭୁବନେଶ୍ୱର : ଶୀତ ଦିନରେ ଚିଲିକାର ପ୍ରମୁଖ ଆକର୍ଷଣ ସାଜିଥା’ନ୍ତି ଗ୍ରେଟର୍ ଫ୍ଲେମିଙ୍ଗୋ। ଏହି ପକ୍ଷୀର ଥଣ୍ଟ ଓ ଲମ୍ୱା ଗୋଡ଼ ଅନ୍ୟ ପକ୍ଷୀମାନଙ୍କ ତୁଳନାରେ ଭିନ୍ନ। ଏଥିପାଇଁ ଦେଖଣାହାରୀଙ୍କ ମନରେ ଏହି ପକ୍ଷୀ ସ୍ୱତନ୍ତ୍ର ସ୍ଥାନ ପାଇଥାଏ। ଚିଲିକା ନଳବଣକୁ ଆସିଥିବା ବିଦେଶୀ ପକ୍ଷୀ ଫ୍ଲେମିଙ୍ଗୋ ଦେହରେ ଏହି ଟ୍ରାକର ଲଗାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଟ୍ରାକର ସହାୟତାରେ ଚିଳିକାକୁ ଆସୁଥିବା ବିଦେଶୀ ପକ୍ଷୀଙ୍କ ଉପରେ ବନବିଭାଗ ପକ୍ଷରୁ ନଜର ରଖାଯିବ। ଏପରିକି କେଉଁ ବାଟ ଦେଇ ଫ୍ଲେମିଙ୍ଗୋ କେଉଁଠିକୁ ଯାଉଛି ତାହାର ଗତିବିଧି ଉପରେ ନଜର ରଖାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଦୁଇଟି ଫ୍ଲେମିଙ୍ଗୋ ପକ୍ଷୀ ଦେହରେ ଏହି ଟ୍ରାକର ଲଗାଯାଇଛି।